Get Updates
Get notified of breaking news, exclusive insights, and must-see stories!

ଜେବିଟି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ପୁରିଲା ସଜା, ତିହାର ଜେଲରୁ ହେବେ ମୁକ୍ତ

ହାର ଜେଲ ପ୍ରଶାସନ କହିଛି ଯେ ଚୌଟାଲାଙ୍କ ଜେଲ ଦଣ୍ଡ ଅବଧି ସମାପ୍ତ ହୋଇଛି । ବର୍ତ୍ତମାନ ତାଙ୍କୁ ଦେଲରୁ ମୁକ୍ତ କରାଯାଇପାରିବ । ଚୌଟାଲଙ୍କ ଓକିଲ ଅମିତ ସାହନିଙ୍କୁ ଜେଲ ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଚଣ୍ଡିଗଡ଼ : ଜେବିଟି (ଜୁନିଅର ବେସିକ୍ ଟ୍ରେନିଂ) ନିଯୁକ୍ତି ସ୍କାମରେ ଦଣ୍ଡ ଭୋଗୁଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲାଙ୍କ ଜେଲ ଦଣ୍ଡ ପୁରିଛି । ତିହାର ଜେଲ ପ୍ରଶାସନ କହିଛି ଯେ ଚୌଟାଲାଙ୍କ ଜେଲ ଦଣ୍ଡ ଅବଧି ସମାପ୍ତ ହୋଇଛି । ବର୍ତ୍ତମାନ ତାଙ୍କୁ ଦେଲରୁ ମୁକ୍ତ କରାଯାଇପାରିବ । ଚୌଟାଲଙ୍କ ଓକିଲ ଅମିତ ସାହନିଙ୍କୁ ଜେଲ ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଓକିଲ ଅମିତ ସାହନି କହିଛନ୍ତି ଯେ ଗତକାଲି ରାତିରେ ଚୌଟାଲାଙ୍କ ଜେଲ ଦଣ୍ଡ ସମାପ୍ତ ହୋଇଛି । କିଛି କାଗଜପତ୍ର କାମ ବାକି ଅଛି । ଏହା ସମାପ୍ତ ହେବା ମାତ୍ରେ ଅଫିସିଆଲ୍ ରିଲିଜ୍ ନିର୍ଦ୍ଦେଶ ଜାରି କରାଯିବ ବୋଲି ଓକିଲ କହିଛନ୍ତି ।

om prakssh chautala

ସୂଚନାଯୋଗ୍ୟ, ନିଯୁକ୍ତିସ ଘୋଟାଲା ମାମଲାରେ ଓମ୍ ପ୍ରକାଶ ଚୌଟାଲାଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବେ ଏହି ଦଣ୍ଡ ସମାପ୍ତ ହୋଇଛି । ଓକିଲ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଜେଲ ଯିବାକୁ ପଡ଼ିବ ନାହିଁ । ଦୋଷୀ ସାବ୍ୟସ୍ତ ହେବା ପରଠାରୁ ଗତକାଲି ପର୍ଯ୍ୟନ୍ତ ଓମ ପ୍ରକାଶ ଚୌଟାଲାଙ୍କ ଦଣ୍ଡ ସମସ୍ତ ସରକାରୀ ଛାଡ ସମେତ ସମାପ୍ତ ହୋଇଛି । 2013 ମସିହାରେ, ଜେବିଟି ନିଯୁକ୍ତି ସ୍କାମରେ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ଓମ୍ ପ୍ରକାଶ ଚୌଟାଲା ହରିୟାଣାର ଜଣେ ଜଣାଶୁଣା ନେତା । 1970, 1990, 1993, 1996 ଏବଂ 2000 ରେ ସେ ପାଞ୍ଚ ଥର ପାଇଁ ହରିୟାଣା ବିଧାନସଭାର ସଦସ୍ୟ ରହିଥିଲେ । 1989 ରେ ସେ ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ସେ 1990, 1991 ଏବଂ 1999 ରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶଙ୍କ ଜନ୍ମ 1 ଜାନୁଆରୀ 1935 ରେ ହରିୟାଣାର ସିର୍ସାସ୍ଥିତ ଏକ ଛୋଟ ଗାଁରେ ହୋଇଥିଲା । ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀ ଲାଲଙ୍କ ପୁଅ । ଚୌଧୁରୀ ଦେବୀ ହରିୟାଣା ସମାଜ ସମିତିର ପୃଷ୍ଠପୋଷକତାରେ ଭାଗ ନେଇଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ହରିୟାଣାର ଲୋକଙ୍କ ପାଇଁ ନ୍ୟାୟ ଦେବା ଏବଂ ସରକାରଙ୍କ ନିକଟରେ ସ୍ୱର ଉତ୍ତୋଳନ କରିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+