Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ପରେ ହରିୟାଣା ମୁଖ୍ୟମମନ୍ତ୍ରୀ ବଦଳି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବୟାନ ରଖିଲେ ଖଟ୍ଟର

ତାରିଖ ନିର୍ଦ୍ଦିଷ୍ଟ ବିନା ମୋଦୀ ଖଟ୍ଟରଙ୍କୁ ଭେଟିବାର ଖବର ଆସିବା ମାତ୍ରେ ସୋଶାଲ ମିଡିଆରେ ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଖଟ୍ଟର ନିଜେ ସେମାନଙ୍କ ସାକ୍ଷାତ ବିଷୟରେ ସୂଚନା ଦେଇଥିଲେ ।

ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜନ୍ମଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଉଭୟ ଭେଟିଥିଲେ । ତାରିଖ ନିର୍ଦ୍ଦିଷ୍ଟ ବିନା ମୋଦୀ ଖଟ୍ଟରଙ୍କୁ ଭେଟିବାର ଖବର ଆସିବା ମାତ୍ରେ ସୋଶାଲ ମିଡିଆରେ ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଖଟ୍ଟର ନିଜେ ସେମାନଙ୍କ ସାକ୍ଷାତ ବିଷୟରେ ସୂଚନା ଦେଇଥିଲେ । ଖଟ୍ଟର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାବେଳେ ମୁଁ ତାଙ୍କୁ ପ୍ରଥମେ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲି । ଏହା ପରେ "ପରିବାର ପରିଚୟ ପତ୍ର", "ମେରା ଫସଲ୍- ମେରି ବୌରା", "ମେରା ପାନି-ମେରୀ ବିରାସାତ" ଭଳି ଯୋଜନା ଉପରେ ଆଲୋଚନା ହୋଇଥିଲା ।

Haryana

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, "ଆମେ ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ହୋଇ ନଥିଲା । ବର୍ତ୍ତମାନ ସେ କୃଷକ ଆନ୍ଦୋଳନର ସ୍ଥିତି ସମ୍ପର୍କରେ ପଚାରିଥିଲେ । ମୁଁ ମଧ୍ୟ କର୍ଣ୍ଣାଲରେ ଘଟିଥିବା ଘଟଣା ବିଷୟରେ ତାଙ୍କୁ ଅବଗଦତ କରାଇଥିଲି । ସୁପ୍ରିମକୋର୍ଟ ଯେଉଁଭଳି କରିଛନ୍ତି ଆମକୁ ନିର୍ଦ୍ଦେଶନାମା ଜେଇଛନ୍ତି, ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆହୁରି କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହରିୟାଣାକୁ ଆସିବାକୁ ନିମନ୍ତ୍ରଣ କରିଛି । ସେ କହିଛନ୍ତି- "ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆମ ରେଳ ଅର୍ବିଟାଲ୍ କରିଡରର ମୂଳଦୁଆ ପକାଇବାକୁ ନିମନ୍ତ୍ରଣ କରିଛି ଯାହା ପିଏମପି (କୁଣ୍ଡଲି-ମାନସର-ପାଲୱାଲ ଏକ୍ସପ୍ରେସୱେ) ସହିତ ନିର୍ମାଣ ହେବାକୁ ଯାଉଛି । ଯଦି ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଆସନ୍ତି, ତେବେ ଆମର ଏହା ତାଙ୍କ ପାଇଁ ଶୁଭଙ୍କର ବିଷୟ ହେବ । ଆଜି ତାଙ୍କର ଜନ୍ମଦିନ ଏବଂ ମୁଁ ତାଙ୍କ ଜନ୍ମଦିନରେ ତାଙ୍କୁ କାମନା କରିଛି । "

କିନ୍ତୁ ଅପରପକ୍ଷରେ ଗୁଜୁରାଟ ପରେ ବର୍ତ୍ତମାନ ହରିୟାଣାରେ ମୁଖ୍ୟମନ୍ତ୍ରୀ ବଦଳି ନେଇ ବିଜେପି ଚିନ୍ତା କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ରାଜନୈତିକ ବିଶେଷଜ୍ଞ ଅନୁସାରେ, ହରିୟାଣାର ବରୋଦା ଉପ ନିର୍ବାଚନ, ସୋନିପତ ଓ ଅମ୍ବାଲା ପୌରନିର୍ବାଚନରେ ବିଜେପିର ହାର୍ ସହିତ ଦେଶରେ ଲାଗି ରହିଥିବା କୃଷକ ଆନ୍ଦୋଳନ ଯୋଗୁଁ ବିଜେପି ବ୍ୟାକଫୁଟରେ ରହିଛି । ଏହା ବ୍ୟତୀତ ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜ ଏବଂ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟ ଦିଲ୍ଲୀରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+