ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିକଟରେ ଛାଡ଼ିଥିଲେ କଂଗ୍ରେସ ହାତ
ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବେ । ଆଉ ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ 2 ତାରିଖ ଦିନ ତାଙ୍କୁ ବିଜେପି ମହଲରେ ଦେଖିବାକୁ ମିଳିବ ।
ଗାନ୍ଧୀନଗର : ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଖବର ଆସିଛି । ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବେ । ଆଉ ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ 2 ତାରିଖ ଦିନ ତାଙ୍କୁ ବିଜେପି ମହଲରେ ଦେଖିବାକୁ ମିଳିବ । ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ଦଳର ସଦସ୍ୟତା ଦେବେ । ନ୍ୟୁଜ୍ ଏଜେନ୍ସି ସହିତ ଏକ ଆଲୋଚନା ବେଳେ ହାର୍ଦ୍ଦିକ ନିଜେ ଏହା ନିଶ୍ଚିତ କରିଛନ୍ତି ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ନିକଟ ଅତୀତରେ କଂଗ୍ରେସ ଛାଡିଥିଲେ । ମେ 18 ତାରିଖରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା ନେଇ ସେ ଟ୍ୱିଟ୍ କରିଥିଲେ ।
ସେ ଟ୍ୱିଟ୍ କରି ଲେଖିଥିଲେ, "ଆଜି ମୁଁ ସାହସର ସହିତ କଂଗ୍ରେସ ପାର୍ଟିର ପଦବୀରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି, ମୋର ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ ବୋଲି ମୋର ବିଶ୍ୱାସ ଅଛି । ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ସତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ।"












Click it and Unblock the Notifications