କଂଗ୍ରେସର ହାତ ଛାଡ଼ିଲେ ହାର୍ଦ୍ଦିକ ପଟେଲ

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ ପଟେଲ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଅହମ୍ମଦାବାଦ : ଚଳିତ ବର୍ଷ ଗୁଜୁରାଟରେ ହୋକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ ପଟେଲ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି, "ଆଜି ମୁଁ ସାହସର ସହିତ କଂଗ୍ରେସ ପାର୍ଟିର ପଦବୀରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି, ମୋର ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ ବୋଲି ମୋର ବିଶ୍ୱାସ ଅଛି । ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ସତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ।"

Hardik Patel

ଆପଣଙ୍କୁ କହି ରଖୁଛୁ ହାର୍ଦ୍ଦିକ ପଟେଲ 2019 ରେ କଂଗ୍ରେସରେ ଯୋଗ ଦେଇଥିଲେ । 2019 ଲୋକସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ କଂଗ୍ରେସ ସହ ହାତ ମିଳାଇଥିଲେ । ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ଗତ କିଛି ସପ୍ତାହ ଧରି କଂଗ୍ରେସ ଦଳ ମଧ୍ୟରେ ମତଭେଦ ପ୍ରସଙ୍ଗ ଉଠାଉଥିଲେ, ସେ ଦଳରେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ସେ ଏପରି ଏକ ବର ଯାହାର ଜବରଦସ୍ତି ନଶବନ୍ଦୀ କରିଦିଆଯାଇଛି ।

ହାର୍ଦ୍ଦିକ ପଟେଲ ଟ୍ୱିଟ ସହିତ ତାଙ୍କ ଇସ୍ତଫା ପତ୍ର ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ଅନେକ ଉଦ୍ୟମ ପରେ ମଧ୍ୟ ଦେଶର ସ୍ୱାର୍ଥ ଏବମ ସମାଜ ହିତରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିପରୀତ କାର୍ଯ୍ୟ କରୁଥିବାରୁ କିଛି ଜିନିଷ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ହାର୍ଦ୍ଦିକ କହିଛନ୍ତି ଯେ ମୋତେ ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ ଆଜି ଗୁଜୁରାଟର ସମସ୍ତେ ଜାଣନ୍ତି ଯେ କଂଗ୍ରେସର ବଡ ନେତାମାନେ ଜାଣିଶୁଣି ଗୁଜୁରାଟର ଲୋକଙ୍କ ସମସ୍ୟାକୁ କିପରି କ୍ଷୁର୍ଣ୍ଣ କରୁଛନ୍ତି ଏବଂ ଏହାର ପ୍ରତିବଦଳରେ ସେମାନେ ମଧ୍ୟ ବଡ଼ ଅର୍ଥନୈତିକ ଫାଇଦା ନେଇଛନ୍ତି । ରାଜନୈତିକ ଚିନ୍ତାଧାରା ଅଲଗା ହୋଇପାରେ, କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଏହି ଉପାୟରେ ବିକ୍ରି ହେବା ରାଜ୍ୟବାସୀଙ୍କ ସହ ଏକ ବଡ଼ ବିଶ୍ୱାସଘାତକତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+