Get Updates
Get notified of breaking news, exclusive insights, and must-see stories!

ହନୁମାନ ଚାଲିସା ବିବାଦ : FIR ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ନବନୀତ ରାଣା

ଟ୍ରାଏଲ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ଯାଇଛନ୍ତି ।

ମୁମ୍ବାଇ : ହନୁମାନ ଚାଲିସାକୁ ନେଇ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ଘର ବାହାରେ ହନୁମାନ ଚାଲିସା ପାଠ କରିବା ଘୋଷଣା ପରେ ମୁମ୍ବାଇ ପୋଲିସ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗିରଫ କରିଛି । ଉଭୟ ଧାର୍ମିକ ସମନ୍ୱୟକୁ ବିଚଳିତ କରୁଥିବା ଅଭିଯୋଗ ହୋଇଛି ।

navneet Rana

ଟ୍ରାଏଲ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ଯାଇଛନ୍ତି । ଜଷ୍ଟିସ ବରାଲେଙ୍କ ଖଣ୍ଡପୀଠ ସୋମବାର ଦିନ 2.30 ସମୟରେ ଏହାର ଶୁଣାଣି କରିବ ।

ରାଣା ଦମ୍ପତିଙ୍କ ବିରୁଦ୍ଧରେ ଧାରା 153A (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ପ୍ରତିକୂଳ କାର୍ଯ୍ୟ କରିବା) ଧାରା 34, ଧାରା 37 (1) ଏବଂ ଧାରା 135 ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି । ରବିବାର ବିଳମ୍ବିତ ରାତିରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ପରେ ନବନୀତ ରାଣାଙ୍କୁ ଭାୟଖଲା ମହିଳା ଜେଲକୁ ନିଆଯାଇଥିବାବେଳେ ରବି ରାଣାଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+