For Quick Alerts
Turn On Notification  
For Daily Alerts
Oneindia App Download

ହନୁମାନ ଚାଲିସା ବିବାଦ : କିଏ ଏହି 80 ବର୍ଷୀୟ ଚନ୍ଦ୍ରଭାଗା ସିନ୍ଦେ, ଯାହା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଛାଡିଲେ ଉଦ୍ଧବ

ଚନ୍ଦ୍ରଭାଗା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ବହୁତ ଖୁସି ହୋଇଥିଲେ । ସେ କହିଥିଲେ ମୁଁ ଆପଣଙ୍କ ବଙ୍ଗଳା ପାଖରେ ବସିଛି । ଯଦି ଆପଣହ୍କର କିଛି ହୁଏ ତେବେ ଆମେ ବହୁତ ଦୁଃଖିତ ହେବୁ, ତେଣୁ ମୁଁ ଏଠାରେ ନବନୀତ୍ ରାଣାଙ୍କୁ ଅପେକ୍ଷା କରିଛି ।

|

ନୂଆଦିଲ୍ଲୀ : ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ସିଏମ୍ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଲିସା ପଢିବାକୁ ଘୋଷଣା କରିଥିଲେ । ଏହା ପରେ ଶିବସେନା କର୍ମକର୍ତ୍ତା ମଧ୍ୟ ରାସ୍ତାରେ ଯାଇ ସିଏମଙ୍କ ଘର ବାହାରେ ବସିଥିଲେ, ଯାହାଫଳରେ ସେମାନେ ରାଣା ଦମ୍ପତିଙ୍କୁ ଅଟକାଇ ପାରିବେ । ପ୍ରବଳ ଖରା ସତ୍ତ୍ୱେ ଶିବସେନା କର୍ମୀ ସେଠାରୁ ହଟି ନଥିଲେ । ସିଏମଙ୍କ ଘର ବାହାରେ ବସିଥିବା ଜଣେ ମହିଳାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି, ଯାହାଙ୍କ ପାଇଁ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ନଥିଲେ । ଆସନ୍ତୁ ଜାଣିବା ସେହି ମହିଳା ଜଣକ କିଏ-

Chandrabhaga Shinde - Uddhav Thackeray

ମହିଳା ଶିବ ସେନା କର୍ମୀଙ୍କ ନାମ ହେଉଛି ଚନ୍ଦ୍ରଭାଗା ସିନ୍ଦେ । ତାଙ୍କ ବୟସ 80 ବର୍ଷ । ସେ ରାଣା ଦମ୍ପତିଙ୍କୁ ଅଟକାଇବା ପାଇଁ ସିଏମଙ୍କ ଘର ବାହାରେ ବସିଥିଲେ । ଉଦ୍ଧବ ଏହି ଖବର ପାଇବା ମାତ୍ରେ ତାଙ୍କୁ ଫୋନ୍ କରିଥିଲେ । ସେ ତାଙ୍କୁ କହିଛନ୍ତି ଯେ ବାହାରେ ଅତ୍ୟଧିକ ଗରମ, ତେଣୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ପାଣି ପିଅନ୍ତୁ ।

Chandrabhaga Shinde - Uddhav Thackeray

ଚନ୍ଦ୍ରଭାଗା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ବହୁତ ଖୁସି ହୋଇଥିଲେ । ସେ କହିଥିଲେ ମୁଁ ଆପଣଙ୍କ ବଙ୍ଗଳା ପାଖରେ ବସିଛି । ଯଦି ଆପଣହ୍କର କିଛି ହୁଏ ତେବେ ଆମେ ବହୁତ ଦୁଃଖିତ ହେବୁ, ତେଣୁ ମୁଁ ଏଠାରେ ନବନୀତ୍ ରାଣାଙ୍କୁ ଅପେକ୍ଷା କରିଛି । ଏହି ଫୋନ୍ କଲ ପରେ ସିଏମ୍ ଉଦ୍ଧବ ଯେଉଁ ପଦକ୍ଷେପ ନେଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ସହିତ ମହାରାଷ୍ଟ୍ରର ରାଜନୈତିକ କରିଡ଼ରରେ ଏହାର ଅନେକ ଆଲୋଚନା ହେଉଛି ।

Chandrabhaga Shinde - Uddhav Thackeray

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରବିବାର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ମଧ୍ୟ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ସ୍ୱାଗତ କରିବାକୁ ସିଏମ ଉଦ୍ଧବ ବିମାନବନ୍ଦରକୁ ଯାଇ ନଥିଲେ । ରାଜ୍ୟପାଳଙ୍କ ସହ ଆଦିତ୍ୟ ଠାକରେ ଉପସ୍ଥିତ ଥିଲେ । ସିଏମ ଉଦ୍ଧବ ଚନ୍ଦ୍ରଭାଗାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇ ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଚନ୍ଦ୍ରଭଗା କହିଛନ୍ତି ଯେ ସେ ଶିବସେନାର ଜଣେ ସକ୍ରିୟ କର୍ମୀ ଏବଂ ଦୀର୍ଘ ଦିନ ଧରି ଦଳ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଯେତେବେଳେ ରାଣା ଦମ୍ପତି ହନୁମାନ ଚାଲିସା ବିଷୟରେ ଘୋଷଣା କରିଥିଲେ, ସେତେବେଳେ ହିଁ ସେ ସିଏମ୍ ବାସଭବନ ବାହାରେ ପହଞ୍ଚିଥିଲେ ।

Chandrabhaga Shinde - Uddhav Thackeray

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ନକରିବା ଏବଂ କାର୍ଯ୍ୟକ୍ରମରେ ଯୋଗ ନଦେବା ନେଇ ଉଦ୍ଧବ ଠାକରେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି । ଏହା ଉପରେ ଶିବସେନା କହିଛି ଲତା ମଙ୍ଗେଶକର ପୁରସ୍କାର ବିତରଣ ସମାରୋହରେ ନିମନ୍ତ୍ରଣ ପତ୍ରରେ ମଙ୍ଗେଶକର ପରିବାର ମୁଖ୍ୟମନ୍ତ୍ରୀଙ୍କ ନାମ ଲେଖିନାହାଁନ୍ତି । ତାଙ୍କର ଏହି ପଦକ୍ଷେପ ବୁଝାପଡୁ ନାହିଁ । ମଙ୍ଗେଶକର ପରିବାରର ଏହି କାର୍ଯ୍ୟ 12 କୋଟି ମରାଠୀ ଲୋକଙ୍କ ପାଇଁ ଅପମାନ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hanuman Chalisa Row : Chandrabhaga Shinde, for whom Uddhav Thackeray left Prime Minister program
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X