For Quick Alerts
Turn On Notification  
For Daily Alerts
Oneindia App Download

ଗୁଜୁରାଟ ନିର୍ବାଚନ : ବିଜେପିର ମେନିଫେଷ୍ଟୋରେ 20 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ସହିତ ରହିଛି ଏହି ପ୍ରତିଶୃତି

ଗୁଜୁରାଟ ନିର୍ବାଚନ : ବିଜେପିର ମେନିଫେଷ୍ଟୋରେ 20 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ସହିତ ରହିଛି ଏହି ପ୍ରତିଶୃତି

|

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ 2022 ର ପ୍ରଥମ ପର୍ଯ୍ୟାୟ ପାଇଁ 1 ଡିସେମ୍ବରରେ ମତଦାନ ହେବ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜର ପତିଆରା ବଢାଇବାରେ ଲାଗିପଡ଼ିଛନ୍ତି । ରାଜ୍ୟର ଶାସକ ଭାରତୀୟ ଜନତା ପାର୍ଟି ଶନିବାର ଦିନ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମେନିଫେଷ୍ଟୋ ପ୍ରକାଶ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଗୁଜୁରାଟ ୟୁନିଫର୍ମ ସିଭିଲ କୋଡ କମିଟିର ସୁପାରିଶକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ବିଷୟରେ ଆମେ ଆଲୋଚନା କରିଛୁ ।

bjp

ଏହି ନିର୍ବାଚନୀ ଇସ୍ତାହାରକୁ ପ୍ରକାଶ କରି ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ଏହା କେବଳ ଏକ ଦଲିଲ ନୁହେଁ । ଆମେ ଯାହା ପ୍ରତିଶ୍ରୁତି ଦେଉଛୁ ତାହା କରିବୁ, ଏହି ଶକ୍ତି ବିଜେପି ନିକଟେ ଅଛି । ନଡ୍ଡା ଆହୁରି କହିଛନ୍ତି ଯେ ଏହି ମେନିଫେଷ୍ଟୋ ପ୍ରକାଶ କରିବାବେଳେ ଆମେ 1 କୋଟି ଲୋକଙ୍କ ମତାମତା ନେଇଛୁ । ଯେଉଁଥିରେ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ମତ ବ୍ୟତୀତ ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ କୃଷକଙ୍କ ମତ ମଧ୍ୟ ନିଆଯାଇଥିଲା, ଯାହା ପରେ ଏହି ମେନିଫେଷ୍ଟୋ ପ୍ରସ୍ତୁତ କରାଯାଇଛି ।

କଣ ରହିଛି ଏହି ମେନିଫେଷ୍ଟୋ

  • ଆସନ୍ତା ପାଞ୍ଚ ବର୍ଷରେ 20 ଲକ୍ଷ ଯୁବକଙ୍କୁ ନିଯୁକ୍ତି
  • 10,000 କୋଟି ଟଙ୍କା ବଜେଟରେ ରାଜ୍ୟର 20,000 ବିଦ୍ୟାଳୟର ନବୀକରଣ କରାଯିବ
  • ଉତ୍କର୍ଷ ବିଦ୍ୟାଳୟ ବାଳିକା ଛାତ୍ରମାନଙ୍କୁ ବୈଦ୍ୟୁତିକ ସ୍କୁଟି ଯୋଗାଇଦିଆଯିବ ।
  • ରାଜ୍ୟରେ ମହିଳାମାନଙ୍କୁ ଲକ୍ଷ ଲକ୍ଷ ଚାକିରୀ ଦିଆଯିବ
  • ଗୁଜୁରାଟରେ 3 ଟି ମେଡିସିଟି ଏବଂ 2 ଏଆଇଏମ୍ଏସ୍ ପରି ମେଡିକାଲ୍ ପ୍ରତିଷ୍ଠାନ ପ୍ରତିଷ୍ଠା
  • ରାଜ୍ୟ ଡାକ୍ତରଖାନା, PSHC ଏବଂ CHC ର ମୌଳିକ ଭିତ୍ତିଭୂମିର ଉନ୍ନତି, 10 ହଜାର କୋଟି ଟଙ୍କା ମହାରାଜା ଶ୍ରୀ ଭଗତ ସିଂହ ଜୀ ସ୍ୱାସ୍ଥ୍ୟ ପାଣ୍ଠି ପ୍ରତିଷ୍ଠା
  • ଜଳସେଚନ ନେଟୱାର୍କର ସମ୍ପ୍ରସାରଣ ପାଇଁ 25 ହଜାର କୋଟି ନିବେଶ ।
  • ଗୁଜୁରାଟ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ 10,000 କୋଟି ଟଙ୍କା
  • ସରକାରଙ୍କୁ ଆସିଲେ 500 କୋଟି ଅତିରିକ୍ତ ବଜେଟ୍ ସହିତ ଗୋଶାଲା ଉନ୍ନତି ହେବ
  • 100 ଟି ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ନିର୍ମାଣ କରାଯିବ
  • ଦକ୍ଷିଣ ଗୁଜୁରାଟ ଏବଂ ସୌରାଷ୍ଟ୍ରରେ ଏକ ସାମୁଦ୍ରିକ ଖାଦ୍ୟ ପାର୍କ ନିର୍ମାଣ ହେବ
  • ପ୍ରଥମ ବ୍ଲୁ ଇକୋନୋମିକ୍ ଇଣ୍ଡଷ୍ଟ୍ରି ସୃଷ୍ଟି ହେବ ଏବଂ ମତ୍ସ୍ୟ ଭିତ୍ତିଭୂମି ମଜବୁତ କରିବାକୁ ପ୍ରତିଜ୍ଞା
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gujarat Polls : BJP Released Manifesto , promises to give 20 lakh employment
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X