ଗୁଜୁରାଟର ଲୋକମାନେ ଏଥର ପରିବର୍ତ୍ତନ ପାଇଁ ପ୍ରସ୍ତୁତ, ଆମେ ନିଶ୍ଚିତ ଜିତିବୁ : ଅରବିନ୍ଦ କେଜ୍ରିୱାଲ
ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ଜିତିବା ନେଇ ଦାବି କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଗୁଜୁରାଟର ଲୋକମାନେ ଏଥର ଏକ ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତ, ଆମେ ନିଶ୍ଚିତ ଜିତିବୁ ।
ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଏଥର ନିର୍ବାଚନୀ ମୈଦାନରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ନିଜକୁ ପ୍ରସ୍ତୁତ କରୁଛି । ଏପରିକି ପଞ୍ଜାବରେ ବିଜୟ ହାସଲ କରିବା ପରେ ଗୁଜୁରାଟ ହାତେଇବାକୁ ଆମ୍ ଆଦମୀ ପାର୍ଟି ନିଜର ପ୍ରସ୍ତୁତିକୁ ଜୋରଦାର କରିଛି । ଏହି ସମୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ଜିତିବା ନେଇ ଦାବି କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଗୁଜୁରାଟର ଲୋକମାନେ ଏଥର ଏକ ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତ, ଆମେ ନିଶ୍ଚିତ ଜିତିବୁ ।

କେଜ୍ରିୱାଲ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଗୁଜୁରାଟ ଲୋକଙ୍କୁ ସମ୍ବୋଧ କରିଥିଲେ । ସେ ଏକ ଭିଡିଓ ରିଲିଜ୍ କରି ଲୋକଙ୍କୁ କହିଥିଲେ ଯେ, ଆମେ ଆପଣଙ୍କର ସମର୍ଥନ ଆବଶ୍ୟକ କରୁ । ଆପଣଙ୍କ ଠାରୁ ମିଳିବା ଅପାର ସମର୍ଥନ ଗୁଜୁରାଟରେ ପରିବର୍ତ୍ତନ ଆଣିବ । ଆମ ଦଳ ପ୍ରଥମେ ଦିଲ୍ଲୀ ଏବଂ ପଞ୍ଜାବ ଜିତିଥିଲା । ବର୍ତ୍ତମାନ ଯଦି ଆପଣଙ୍କର ସମର୍ଥନ ପାଇବ, ଆମ୍ ଆଦମୀ ପାର୍ଟି ମଧ୍ୟ ଗୁଜୁରାଟରେ ଆସିବ । ଏହି ସମୟରେ କେଜ୍ରିୱାଲ ଗୁଜରାଟୀ ଭାଷାରେ କଥା ହୋଇଥିଲେ ।
ଗୁଜୁରାଟରେ ଆମ୍ ଆଦମୀ ପାର୍ଟି (AAP) ନିଜର ପ୍ରାର୍ଥୀ ଘୋଷଣା କରୁଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ଏହି ଦଳ 70 ରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିକଟରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀଙ୍କ ସପ୍ତମ ତାଲିକା ପ୍ରକାଶ କରିଛି । ଏବେ ଆସନ୍ତାକାଲି ଦଳ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରିବ । ଏଥିପାଇଁ 6357000360 ରେ 3 ନଭେମ୍ବର ଦିନ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଲୋକଙ୍କ ମତାମତ ନିଆଯାଇଛି ।












Click it and Unblock the Notifications