Khambhalia Election Results: ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଧ୍ୱୀ 4,135 ଭୋଟରେ ଆଗରେ
Khambhalia Election Results: ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଧ୍ୱୀ 4,135 ଭୋଟରେ ଆଗରେ
ଗୁଜରାଟ: ଗୁଜୁରାଟର ସମସ୍ତ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି । ସକାଳ ୮ରୁ ଗୁଜରାଟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଛି । ବିଜେପି ଗତ ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି । ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡିକ ଦର୍ଶାଇଛନ୍ତି । ତେବେ ଗୁଜରାଟର ଶାସକ ଦଳ ୧୧୭ ରୁ ୧୫୧ ଆସନ ଦଖଲ କରିବ ବୋଲି ଆଶା କରାଯାଉଛି । କଂଗ୍ରେସକୁ ୧୬ରୁ ୫୧ ଏବଂ ଆପ ମାତ୍ର ୧୨ରୁ ୧୩ ଆସନ ଜିତିବ ବୋଲି ଆଶା କରାଯାଉଛି ।

ସେହିପରି ପ୍ରାରମ୍ଭିକ ଟ୍ରେଣ୍ତରେ ଆମ୍ ଆଦମୀ ପାର୍ଟି (AAP)କୁ ଲାଗିଛି ବଡ଼ ଝଟକା । ବର୍ତ୍ତମାନ ଦ୍ୱାରକା ଜିଲ୍ଲାର ଖମ୍ବାଲିଆ ବିଧାନସଭା ଆସନରୁ AAP ସିଏମ୍ Isudan Gadhvi ଆଗରେ ରହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ତରେ ବିଜେପି ୧୩୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ ଟି ଆସନରେ ଆଗୁଆ ରହିଥିବା ବେଳେ ଆମ୍ ଆଦମୀ ପାର୍ଟି ୧୨ ଟି ଆସନରେ ଆଗରେ ରହିଛି ।
ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ 2022 LIVE: ଗୁଜୁରାଟରେ 152 ଆସନରେ ଆଗୁଆ ବିଜେପି
ଖମ୍ୱାଲିଆ ବିଧାନସଭା ଆସନରେ ସକାଳ ୧୧ ଟା ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମୀ ପାର୍ଟିର ସିଏମ୍ ଇସୁଦାନ ଗାଧ୍ୱୀ ୪,୧୩୫ ଭୋଟରେ ଆଗୁଆ ଅଛନ୍ତି । ଇସୁଦାନ ଗାଧ୍ୱୀ ୨୧୦୭୦ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୧୬୯୩୫ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୧୪୪୫୯ ଖଣ୍ତ ଭୋଟ୍ ପାଇଁ ତୃତୀୟ ନମ୍ବରରେ ରହିଛନ୍ତି । ସେହିପରି ସକାଳ ୧୦ଟା ପର୍ଯ୍ୟନ୍ତ ଟ୍ରେଣ୍ତରେ ଆପ୍ ମୁଖ୍ୟମନ୍ତ୍ରୀ ଇସୁଦାନ ଗାଧ୍ୱୀ ୩,୮୨୩ ଭୋଟରେ ଆଗରେ ରହିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଇସୁଦାନ ଗାଧ୍ୱୀ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୨୫୪ ଭୋଟ୍ ହାତେଇଛନ୍ତି, କଂଗ୍ରେସ ପ୍ରାର୍ଥୀ ୬୪୩୧ ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ୫୦୦୭ଖଣ୍ତ ଭୋଟ ପାଇଁ
ତୃତୀୟ ସ୍ଥାନରେ ରହିଛନ୍ତି ।












Click it and Unblock the Notifications