LIVE
ବିଧାନସଭା ନିର୍ବାଚନ ଫଳାଫଳ 2022 LIVE: ଗୁଜୁରାଟରେ ବିଜେପି ଓ ହିମାଚଳରେ କଂଗ୍ରେସ ପାଇଛି ବହୁମତ

ବିଧାନସଭା ନିର୍ବାଚନ ଫଳାଫଳ 2022 LIVE: ଗୁଜୁରାଟରେ ବିଜେପି ଓ ହିମାଚଳରେ କଂଗ୍ରେସ ପାଇଛି ବହୁମତ

Gujarat and Himachal Pradesh Election Results 2022 Live Update in Odia: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ବହୁ ପ୍ରତୀକ୍ଷିତ ଭୋଟ ଗଣତି । ଭୋଟ ଗଣତି ପାଇଁ ଗୁଜୁରାଟର 33 ଟି ଜିଲ୍ଲାରେ ମୋଟ 37 ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସୁରଟ ଏବଂ ଆନନ୍ଦରେ 2-2 ଗଣନା କେନ୍ଦ୍ର, ଅହମ୍ମଦାବାଦରେ 3 ଟି ଗଣନା କେନ୍ଦ୍ର ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଗୁଜୁରାଟ ସହିତ ହିମାଚଳ ପ୍ରଦେଶରେ ମଧ୍ୟ ଭୋଟ୍ ଗଣତି କରାଯିବ । ସକାଳ 8 ଟା ରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହା ପରେ 8.30 ମିନିଟରେ ଇଭିଏମ୍ ଗଣତି ହେବ । ତେବେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ କେଉଁ ଦଳ ବହୁମତ ପାଉଛି ? କେଉଁ ନେତାଙ୍କ ମଧ୍ୟରେ ହୋଇଛି କଡ଼ା ମୁକାବିଲା, କିଏ କେତେ ଭୋଟରେ୍ ଜିତିଲେ କିମ୍ବା ହାରିଲେ, ଏପରି ସମସ୍ତ ଅପଡେଟ୍ ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ ।

election result

9:14 PM
Dec 8, 2022

ୱାନଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ ।

9:13 PM
Dec 8, 2022

ପ୍ରକାଶ ପାଇ ସାରିଛି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଫଳଫଳ । ଗୁଜୁରାଟରେ ବିଜେପି ରେକର୍ଡ ବିଜୟୀ ହାସଲ କରିଥିବା ବେଳେ ହିମାଚଳରେ ଫେଲ୍ ମାରିଛି । ତେବେ ଦୀର୍ଘ ବର୍ଷ ପରେ ପୁଣିଥରେ କଂଗ୍ରେସ ହାତକୁ ଆସିଛି ପାର୍ବତ୍ୟମାଳା ପୂର୍ଣ୍ଣ ରାଜ୍ୟ ହିମାଚଳ ପ୍ରଦେଶ ।

8:42 PM
Dec 8, 2022

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେପି ନାଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ପାର୍ଟି ମୁଖ୍ୟାଳୟରେ ବିଜେପିର କୋର୍ କମିଟି ବୈଠକ ଚାଲିଛି ।

8:27 PM
Dec 8, 2022

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହୋଇଛି। କଂଗ୍ରେସ 40 ଟି, ବିଜେପି 25 ଏବଂ ସ୍ୱାଧୀନ ପ୍ରାର୍ଥୀ 3 ଟି ସିଟ୍ ପାଇଛନ୍ତି ।

8:25 PM
Dec 8, 2022
କାଲି ଶିମଲାରେ ହେବ କଂଗ୍ରେସ ବିଧାୟକଙ୍କ ବୈଠକ

କଂଗ୍ରେସ ବିଧାୟକ ଦଳରେ ଆସନ୍ତାକାଲି ବୈଠକ ଶିମଲାରେ ଅନୁଷ୍ଠିତ ହେବ। ହିମାଚଳରେ ସରକାର ଗଠନ ନେଇ ହେବ ଆଲୋଚନା

8:05 PM
Dec 8, 2022
ଗୁଜରାଟରେ 1985ର ରେକର୍ଡ ଭାଙ୍ଗିଲା ବିଜେପି

ଗୁଜରାଟରେ 1985ରେ କଂଗ୍ରେସ 149 ଗୋଟି ସିଟ ହାସଲ କରିଥିଲା। ଚଳିତ ନିର୍ବାଚନରେ ବିଜେପି 156 ଗୋଟି ସିଟ ହାସଲ କରି ନୂଆ ଇତିହାସ ରଚନା କରିଛି।

8:01 PM
Dec 8, 2022
ଆମକୁ ଆମର ଧର୍ଯ୍ୟଶକ୍ତି ବୃଦ୍ଧି କରିବାକୁ ପଡିବ: ପିଏମ ମୋଦୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମକୁ ବହୁତ ସମାଲୋଚନା କରା ଯାଇଥିଲା । ଆମକୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଆମକୁ ସମାଲୋଚନା ଶୁଣିବାକୁ ପଡିବ । ଆମକୁ ଆମର ସାମର୍ଥ୍ୟର ଶକ୍ତି ବଢାଇବାକୁ ପଡିବ । ଆମକୁ ଆମର ଧର୍ଯ୍ୟଶକ୍ତି ବୃଦ୍ଧି କରିବାକୁ ପଡିବ । ସକରାତ୍ମକ, ସେବା, ଉତ୍ସର୍ଗୀକୃତ ... ଏହା ହେଉଛି ଆମେ ବାଛିଥିବା ପଥ ଏବଂ ଏହା ଆମକୁ ଆଗକୁ ନେଇଯିବ ।

7:57 PM
Dec 8, 2022
ସମାପ୍ତ ହେଲା ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଗୁଜରାଟରେ ଐତିହାସିକ ବିଜୟ ପରେ ଦଳୀୟ କର୍ଜୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ମୋଦୀ। ଦେଶକୁ ଅଧିକ ସୁଦୃଢ କରିବା ସହିତ ସେବା, ସମର୍ପଣ ଏବଂ ସହନଶୀଳ ଗୁଣ ସହିତ ଆଗକୁ ବଢିବାକୁ ଆହ୍ଵାନ କରିଛନ୍ତି ମୋଦୀ।

7:57 PM
Dec 8, 2022
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ଆମର ପିତୃ ପୁରୁଷମାନେ ଏକ କଥା କହିଛନ୍ତି, 'ଆମଦାନି ଆଥାନ୍ନି, ଖାର୍ଚା ରୂପୀ' । ଯଦି ଏହି ହିସାବ ରହିଥାଏ, ତେବେ ପରିସ୍ଥିତି କ’ଣ ହେବ, ଆମେ ଆମ ଆଖପାଖ ଦେଶରେ ଦେଖୁଛୁ । ସେଥିପାଇଁ ଦେଶ ଆଜି ସଜାଗ ରହିଛି। ଦେଶର ପ୍ରତ୍ୟେକ ରାଜନୈତିକ ଦଳକୁ ମନେ ରଖିବାକୁ ହେବ ଯେ ନିର୍ବାଚନ ଦ୍ୱାରା କେହି ଉପକୃତ ହୋଇ ପାରିବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

7:53 PM
Dec 8, 2022
ଆମକୁ ସେବା ତଥା ସମର୍ପଣ ଭାବନା ରଖିବା ଆବଶ୍ୟକ

ଦେଶର ବୃହତ୍ତର ସ୍ଵାର୍ଥ ଦ୍ରୁଷ୍ଟିରୁ ଆମକୁ ସେବା ତଥା ସମର୍ପଣ ଭାବନା ରଖିବା ଆବଶ୍ୟକ: ମୋଦୀ

7:51 PM
Dec 8, 2022
ଆମକୁ ନିଜର ସହନଶୀଳତା ଗୁଣକୁ ବଢାଇବାକୁ ହେବ

ଆମକୁ ଅଧିକ ସହନଶୀଳ ହେବ ଆବଶ୍ୟକ। ଅନ୍ୟମାନେ ଆମକୁ ସମାଲୋଚନା କଲେ ତାକୁ ସହିବାର ଶକ୍ତି ରହିବା ଆବଶ୍ୟକ। ଅସହିଷ୍ଣୁ ମାନଙ୍କ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।

7:49 PM
Dec 8, 2022
ପ୍ରତ୍ଯକ୍ଷ ଭାବରେ ଆମ ଆଦମି ଦଳକୁ ମୋଦୀଙ୍କ କଟାକ୍ଷ

ହିମାଚଳ ପ୍ରଦେଶ ତଥା ପୂର୍ବରୁ ଅନୁଷ୍ଠିତ ନିର୍ବାଚନରେ ଜମାନତ ହରାଇଥିବା ଦଳ ଗୁଡିକ ଅନ୍ୟକୁ ସମାଲୋଚନା କରୁଛନ୍ତି। ସେମାନେ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି ମୋଦୀ।

7:45 PM
Dec 8, 2022

କେଉଁ ବର୍ଗର କେତିକି ଭୋଟ ରହିଛି, ତାକୁ ଗଣନା କରି ଆମେ କୌଣସି କାର୍ଯ୍ୟ କରୁନୁ। ସମସ୍ତଙ୍କ ପାଇଁ ହିତ ଚିନ୍ତା କରି ଆମେ କାର୍ଯ୍ୟରତ ଅଛୁ।

7:42 PM
Dec 8, 2022
ମାଗଣା ଭୋଟ ସଂସ୍କୃତିରୁ ଆମକୁ ସତର୍କ ରହିବାକୁ ହେବ: ମୋଦି

ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ସର୍ଟକଟ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି। ମାଗଣା ବଣ୍ଟନର ପ୍ରଚାର କରୁଛନ୍ତି। ଏହା ଦେଶକୁ ବହୁତ କ୍ଷତି ପହଞ୍ଚାଇବ।

7:14 PM
Dec 8, 2022

ଗୁଜୁରାଟକୁ ଅପମାନିତ କରିବାକୁ ଏକ ନୂଆ ଦଳ ଆସିଥିଲା ​​ନୂଆ ଦଳ କଣ କଲା ? ସେମାନଙ୍କ ମଧ୍ୟରୁ ଜଣେ ନେତା କାଗଜ ନେଇ ଆସି ଭବିଷ୍ୟବାଣୀ କରୁଥିଲେ ଯେ ତାଙ୍କ ଦଳର ସରକାର ଗୁଜରାଟରେ ଆସିବେ । ଜନସାଧାରଣଙ୍କ ଆଖିରେ ଧୂଳି ଫିଙ୍ଗୁଥିବା ଏପରି ନେତା ଲୋକମାନଙ୍କ ନିକଟରେ କ୍ଷମା ମାଗିବା ଉଚିତ୍ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଗୁଜୁରାଟକୁ ଅପମାନିତ କରିବାକୁ ଏକ ନୂଆ ଦଳ ଆସିଥିଲା ​​ନୂଆ ଦଳ କଣ କଲା ? ସେମାନଙ୍କ ମଧ୍ୟରୁ ଜଣେ ନେତା କାଗଜ ନେଇ ଆସି ଭବିଷ୍ୟବାଣୀ କରୁଥିଲେ ଯେ ତାଙ୍କ ଦଳର ସରକାର ଗୁଜରାଟରେ ଆସିବେ । ଜନସାଧାରଣଙ୍କ ଆଖିରେ ଧୂଳି ଫିଙ୍ଗୁଥିବା ଏପରି ନେତା ଲୋକମାନଙ୍କ ନିକଟରେ କ୍ଷମା ମାଗିବା ଉଚିତ୍ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

6:59 PM
Dec 8, 2022
ଗୁଜୁରାଟ - ହିମାଚଳ ଫଳାଫଳ

ଗୁଜୁରାଟରେ ବିଜେପି 156 ଆସନ ଜିତି ଇତିହାସ ରଚିଛି । ଅପରପକ୍ଷରେ ହିମାଚଳରେ ବିଜେପି ହାତରୁ ସରକାର ଛଡ଼ାଇ ନେଇଛି କଂଗ୍ରେସ । କଂଗ୍ରେସ 40 ଆସନ ଜିତି ବହୁମତ ହାସଲ କରିଛି ।

6:57 PM
Dec 8, 2022

ଗୁଜରାଟରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ।

6:53 PM
Dec 8, 2022
ଭାରତୀୟ ଜାତୀୟ କଂଗ୍ରେସକୁ ଜନାଦେଶ ଦେଇଥିବାରୁ ହିମାଚଳ ପ୍ରଦେଶର ଲୋକଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଓ ଶୁଭେଚ୍ଛା : ପ୍ରିୟଙ୍କା ଗାନ୍ଧୀ

ଭାରତୀୟ ଜାତୀୟ କଂଗ୍ରେସକୁ ଜନାଦେଶ ଦେଇଥିବାରୁ ହିମାଚଳ ପ୍ରଦେଶର ଲୋକଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଓ ଶୁଭେଚ୍ଛା । ଏହି ବିଜୟ ହେଉଛି ହିମାଚଳ ପ୍ରଦେଶର ସମସ୍ୟା ଏବଂ ପ୍ରଗତି ପାଇଁ ସମାଧାନର ବିଜୟ । କଂଗ୍ରେସ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଅନେକ ଶୁଭେଚ୍ଛା । ଆପଣମାନଙ୍କର କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା ।

6:48 PM
Dec 8, 2022

ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

6:28 PM
Dec 8, 2022

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ।

6:27 PM
Dec 8, 2022
ଦାିଲ୍ଲୀ
ନୂଆଦିଲ୍ଲୀ

ଆଜିର ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ

6:21 PM
Dec 8, 2022
ଦାିଲ୍ଲୀ
ନୂଆଦିଲ୍ଲୀ

ଗୁଜରାଟରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନାଡ୍ଡା ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ

6:15 PM
Dec 8, 2022
ହିମାଚଳ ପ୍ରଦେଶ
ହିମାଚଳ ପ୍ରଦେଶ

ହିମାଚଳ ପ୍ରଦେଶରେ କଂଗ୍ରେସ ୩୮ଟି ଆସନ ବିଜୟୀ ପରେ ୨ଟି ଆସନରେ ଆଗରେ ରହିଛି । ବିଜେପି ୧୮ଟି ଆସନ ଜିତି ୭ଟି ଆସନରେ ଆଗୁଆ ରହିଛି । ଗଣନା ଜାରି ରହିଛି ।

6:03 PM
Dec 8, 2022
ବିଲାସପୁର
ତ୍ରିଲୋକ ଜାମୱାଲ
ବିଜେପି
ବୁମ୍ବେର ଠାକୁର
କଂଗ୍ରେସ
Vs
ହିମାଚଳ ପ୍ରଦେଶ : ହିମାଚଳର ବିଲାସପୁର ଆସନରେ ବିଜେପିର ତ୍ରିଲୋକ ଜମ୍ୱାଲ ଆଗୁଆ ଅଛନ୍ତି ।
6:01 PM
Dec 8, 2022
ହିମାଚଳରେ ପରିବର୍ତ୍ତନ ଘଟିଛି ଏବଂ ଲୋକଙ୍କର କଂଗ୍ରେସ ଉପରେ ବିଶ୍ୱାସ ରହିଛି

ଗୁଜୁରାଟର ପରିସ୍ଥିତି ସମସ୍ତେ ଜାଣନ୍ତି । ହିମାଚଳରେ ପରିବର୍ତ୍ତନ ଘଟିଛି ଏବଂ ଲୋକଙ୍କର କଂଗ୍ରେସ ଉପରେ ବିଶ୍ୱାସ ରହିଛି । ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କର ଏହା ହେଉଛି ପ୍ରଥମ ବିଜୟ । ପ୍ରିୟଙ୍କା ଗାନ୍ଧୀ ଦେଇଥିବା 10 ଟି ଗ୍ୟାରେଣ୍ଟି ଲୋକମାନଙ୍କ ଦ୍ୱାରା ଅନୁମୋଦନ ହୋଇଛି : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

5:51 PM
Dec 8, 2022
ଓଡ଼ିଶା
ବିଜେଡିର ବର୍ଷା ସିଂହ ବରିହା ବିଜୟୀ

ବିଜେଡିର ବର୍ଷା ସିଂହ ବରିହା ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନରେ ​​ବିଜୟୀ ହୋଇ ବିଜେପିର ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି ।

5:50 PM
Dec 8, 2022
ଦରାଙ୍ଗ
ପୁରନ୍ ଚାନ୍ଦ ଠାକୁର
ବିଜେପି
କୌଲ ସିଂହ ଠାକୁର
କଂଗ୍ରେସ
Vs
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ଦରାଙ୍ଗ ଆସନରୁ ପୁରନ୍ ଚନ୍ଦ ଠାକୁର ବିଜୟ ଲାଭ କରିଛନ୍ତି ।
5:34 PM
Dec 8, 2022

ସନ୍ଧ୍ୟା 6 ଟାରେ ନୂଆଦିଲ୍ଲୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

5:28 PM
Dec 8, 2022
ଗୁଜୁରାଟ
ଗୁଜୁରାଟରେ ଆଜି ପର୍ଯ୍ୟନ୍ତ କେଉଁ ଦଳର ରହିଛି ସରକାର

ଗୁଜୁରାଟରେ ଆଜି ପର୍ଯ୍ୟନ୍ତ କେଉଁ ଦଳର ରହିଛି ସରକାର

5:22 PM
Dec 8, 2022
ସିମଲା
ହରିଶ ଜନାର୍ଥା
କଂଗ୍ରେସ
ସଞ୍ଜୟ ସୁଦ
ବିଜେପି
Vs
ହିମାଚଳ ପ୍ରଦେଶ : ହିମାଚଳର ସିମଲା ଆସନରେ ହରିଶ ଜନର୍ଥା ବିଜୟ ଲାଭ କରିଛନ୍ତି ।
READ MORE