ଆଜି ପ୍ରକାଶ ପାଇବ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ, ସକାଲ 8 ଟାରୁ ହେବ ଭୋଟ୍ ଗଣତି
ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ ନେତାଙ୍କ ଭାଗ୍ୟ । ଉଭୟ ରାଜ୍ୟରେ ଏ ନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଗାନ୍ଧୀନଗର/ସିମଲା: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ ନେତାଙ୍କ ଭାଗ୍ୟ । ଉଭୟ ରାଜ୍ୟରେ ଏ ନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଗୁଜୁରାଟର 182 ଏବଂ ହିମାଚଳ ପ୍ରଦେଶର 68 ଆସନ ପାଇଁ ହୋଇଥିବା ମତଦାନ ପାଇଁ ଆଜି ସକାଲ 8 ଟାରୁ ଭୋଟ୍ ଗଣନା ଆରମ୍ଭ ହେବ । ଭୋଟ ଗଣତି ପାଇଁ ଗୁଜୁରାଟର 33 ଟି ଜିଲ୍ଲାରେ ମୋଟ 37 ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସୁରଟ ଏବଂ ଆନନ୍ଦରେ 2-2 ଗଣନା କେନ୍ଦ୍ର, ଅହମ୍ମଦାବାଦରେ 3 ଟି ଗଣନା କେନ୍ଦ୍ର ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଗୁଜୁରାଟ ସହିତ ହିମାଚଳ ପ୍ରଦେଶରେ ମଧ୍ୟ ଭୋଟ୍ ଗଣତି କରାଯିବ ।

ସକାଳ 8 ଟା ରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହା ପରେ 8.30 ମିନିଟରେ ଇଭିଏମ୍ ଗଣତି ହେବ ।
ଗୁଜୁରାଟରେ ବିଜେପି ପୁଣି ସରକାର ବଜାୟ ରଖିବ ବୋଲି ଦାବି କରୁଥିବା ବେଳେ ଆମ୍ ଆଦମୀ ପାର୍ଟି ଏକ ମଜବୁତ ଆରମ୍ଭ କରିବା ନେଇ ଆଶା ରଖିଛି । ଅପରପକ୍ଷରେ ବିରୋଧୀ କଂଗ୍ରେସ ସରକାର ଫେରି ପାଇବାକୁ ମଧ୍ୟ ଆଶାବାଦୀ ରହିଛି ।
ସେହିପରି ହିମାଚଳ ପ୍ରଦେଶରେ 68 ଆସନରେ ହୋଇଥିବା ମତଦାନ ପରେ ବିଜେପି ସରକାର ପରିବର୍ତ୍ତନର ଧାରାକୁ ଭାଙ୍ଗି ପୁଣି ସରକାରରେ ରହିବ ବୋଲି ଦୃଢୋକ୍ତି ପ୍ରକାସ କରୁଛି । ଅନ୍ୟ ପକ୍ଷରେ କଂଗ୍ରେସ ବହୁମତ ପାଇ ସରକାରରେ ବସିବାକୁ ଆଶା ରଖିଛି । ତେବେ ସକାଳ 8 ଟାରେ ଇଭିଏମ୍ ଖୋଲିବା ପରେ ହିଁ ଏ ନେଇ ସ୍ପଷ୍ଚ ହୋଇପାରିବ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ











Click it and Unblock the Notifications