For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପ୍ରକାଶ ପାଇବ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ, ସକାଲ 8 ଟାରୁ ହେବ ଭୋଟ୍ ଗଣତି

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ ନେତାଙ୍କ ଭାଗ୍ୟ । ଉଭୟ ରାଜ୍ୟରେ ଏ ନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

|

ଗାନ୍ଧୀନଗର/ସିମଲା: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ ନେତାଙ୍କ ଭାଗ୍ୟ । ଉଭୟ ରାଜ୍ୟରେ ଏ ନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଗୁଜୁରାଟର 182 ଏବଂ ହିମାଚଳ ପ୍ରଦେଶର 68 ଆସନ ପାଇଁ ହୋଇଥିବା ମତଦାନ ପାଇଁ ଆଜି ସକାଲ 8 ଟାରୁ ଭୋଟ୍ ଗଣନା ଆରମ୍ଭ ହେବ । ଭୋଟ ଗଣତି ପାଇଁ ଗୁଜୁରାଟର 33 ଟି ଜିଲ୍ଲାରେ ମୋଟ 37 ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସୁରଟ ଏବଂ ଆନନ୍ଦରେ 2-2 ଗଣନା କେନ୍ଦ୍ର, ଅହମ୍ମଦାବାଦରେ 3 ଟି ଗଣନା କେନ୍ଦ୍ର ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଗୁଜୁରାଟ ସହିତ ହିମାଚଳ ପ୍ରଦେଶରେ ମଧ୍ୟ ଭୋଟ୍ ଗଣତି କରାଯିବ ।

election

ସକାଳ 8 ଟା ରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହା ପରେ 8.30 ମିନିଟରେ ଇଭିଏମ୍ ଗଣତି ହେବ ।

ଗୁଜୁରାଟରେ ବିଜେପି ପୁଣି ସରକାର ବଜାୟ ରଖିବ ବୋଲି ଦାବି କରୁଥିବା ବେଳେ ଆମ୍ ଆଦମୀ ପାର୍ଟି ଏକ ମଜବୁତ ଆରମ୍ଭ କରିବା ନେଇ ଆଶା ରଖିଛି । ଅପରପକ୍ଷରେ ବିରୋଧୀ କଂଗ୍ରେସ ସରକାର ଫେରି ପାଇବାକୁ ମଧ୍ୟ ଆଶାବାଦୀ ରହିଛି ।

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ 2022 LIVE: ଉଭୟ ରାଜ୍ୟରେ ଆଗୁଆ ରହିଛି ବିଜେପିଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ 2022 LIVE: ଉଭୟ ରାଜ୍ୟରେ ଆଗୁଆ ରହିଛି ବିଜେପି

ସେହିପରି ହିମାଚଳ ପ୍ରଦେଶରେ 68 ଆସନରେ ହୋଇଥିବା ମତଦାନ ପରେ ବିଜେପି ସରକାର ପରିବର୍ତ୍ତନର ଧାରାକୁ ଭାଙ୍ଗି ପୁଣି ସରକାରରେ ରହିବ ବୋଲି ଦୃଢୋକ୍ତି ପ୍ରକାସ କରୁଛି । ଅନ୍ୟ ପକ୍ଷରେ କଂଗ୍ରେସ ବହୁମତ ପାଇ ସରକାରରେ ବସିବାକୁ ଆଶା ରଖିଛି । ତେବେ ସକାଳ 8 ଟାରେ ଇଭିଏମ୍ ଖୋଲିବା ପରେ ହିଁ ଏ ନେଇ ସ୍ପଷ୍ଚ ହୋଇପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gujarat And Himachal Pradesh Assembly Election Result Update
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X