Get Updates
Get notified of breaking news, exclusive insights, and must-see stories!

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନାଁ ନଥିବାରୁ ଗୁଜୁରାଟରୁ ନିଜକୁ ଦୂରେଇ ରଖିଲେ ଶଶି ଥରୁର

ଶଶି ଥରୁରଙ୍କୁ କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି, ଏହା ପରେ ଥରୁର ଗୁଜୁରାଟ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି ।

ଗାନ୍ଧୀନଗର : ଗୁଜୁରାଟରେ ଆଉ କିଛି ଦିନ ପରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଦଳ ଭିତରେ ସବୁକିଛି ଠିକ୍ ଚାଲିନାହିଁ । ଯେଉଁଭଳି ଭାବରେ ଶଶି ଥରୁରଙ୍କୁ କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି, ଏହା ପରେ ଥରୁର ଗୁଜୁରାଟ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି ।

Shashi Tharoor

ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଗୁଜରାଟ କଂଗ୍ରେସର ଛାତ୍ର ସଂଗଠନ ଦ୍ୱାରା ଶଶି ଥରୁରଙ୍କୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ସେଠାକୁ ଯିବାକୁ ମନା କରିଦେଇଥିଲେ । କଂଗ୍ରେସ କିନ୍ତୁ ଶଶି ଥରୁରଙ୍କୁ ଦଳରୁ ଦୂରେଇ ରଖିବା କଥାକୁ ଖଣ୍ଡନ କରିଛି ।

କଂଗ୍ରେସ ପାର୍ଟି ସୂତ୍ରରୁ ପ୍ରକାଶ ଯେ ଶଶି ଥରୁର ପୂର୍ବରୁ ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ନଥିଲେ । ଗୁଜୁରାଟ ନିର୍ବାଚନ ପାଇଁ ଦଳର 40 ତାରକା ପ୍ରଚାରକ ତାଲିକାରେ ନୂତନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାମିଲ କରାଯାଇଛି । ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 1 ଡିସେମ୍ବରରେ ହେବ । ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରାରେ ଥିବାରୁ ସେ ଏପର୍ଯ୍ୟନ୍ତ ଗୁଜୁରାଟରେ ପ୍ରଚାର କରିନାହାଁନ୍ତି । ନଭେମ୍ବର 12 ରେ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏଠାରେ ମଧ୍ୟ ରାହୁଲ ଗାନ୍ଧୀ ପ୍ରଚାର ପାଇଁ ପହଞ୍ଚି ନଥିଲେ ।

ଏପରିକି କଂଗ୍ରେସର ତାରକା ପ୍ରଚାରକ ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ଜଗଦୀଶ ଠାକୁର, ଜିଗ୍ନେଶ ମେଭାନୀ, ସଚିନ ପାଇଲଟ ମଧ୍ୟ ରାଜ୍ୟରେ କଂଗ୍ରେସ ପାଇଁ ପ୍ରଚାର କରିବେ । ବର୍ତ୍ତମାନ ଗୁଜୁରାଟରେ କଂଗ୍ରେସର ନିର୍ବାଚନ ପ୍ରଚାର ପ୍ରାୟ ନାହିଁ । ଏଭଳି ପରିସ୍ଥିତିରେ କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକାରୁ ଶଶିଙ୍କୁ ବାଦ୍ ଦେବା ପରେ ଦଳରେ କନ୍ଦଳ ବଢୁଛି କି ଥରୁରଙଅକୁ ମନାଇବା ପାଇଁ ହାଇକମାଣ୍ଡ ସମର୍ଥ ହେଉଛନ୍ତି ତାହା ଦେଖିବାକୁ ବାକୁ ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+