ଗୁଜୁରାଟ ନିର୍ବାଚନ ପୂର୍ବରୁ 7 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି
7 ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବିଶେଷ କଥା ହେଉଛି ଗୁଜୁରାଟର ସୌରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କରୁଥିବା ଦିନ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଖବର ସାମ୍ନାକୁ ଆସିଛି ।
ଗାନ୍ଧୀନଗର : ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବିଜେପି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିବା ଗୁଜୁରାଟର ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛି ଦଳ । 7 ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବିଶେଷ କଥା ହେଉଛି ଗୁଜୁରାଟର ସୌରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କରୁଥିବା ଦିନ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଖବର ସାମ୍ନାକୁ ଆସିଛି ।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜରାଟର ଭାରତୀୟ ଜନତା ପାର୍ଟି (ବିଜେପି) ୟୁନିଟ୍ ଦଳର 7 ଜଣ ନେତାଙ୍କୁ ନିଲମ୍ବିତ କରିଛି । ବିଜେପି ଟିକେଟ୍ ପ୍ରତ୍ୟାଖ୍ୟାନ କରାଯିବା ପରେ ବିଧାୟକମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଆପଣଙ୍କୁ କହି ରଖୁଛୁ ନିଲମ୍ବିତ ହୋଇଥିବା ସମସ୍ତ ବିଧାୟକ ଗୁଜୁରାଟ ବିଧାନସଭା ନିର୍ବାଚନ 2022 ର ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ଆଶା କରୁଥିଲେ ।
ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଏହି ବିଧାୟକମାନଙ୍କୁ 6 ବର୍ଷ ପାଇଁ ନିଲମ୍ବିତ କରାଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ସିଆର୍ ପାଟିଲ କହିଛନ୍ତି । ନିଲମ୍ବିତ ହୋଇଥିବା ବିଜେପି ନେତାଙ୍କ ମଧ୍ୟରେ ହର୍ଷଦ ବସାୱା, ଅରବିନ୍ଦ ଲଦାନି, ଛତ୍ରସିଂହ ଗୁଞ୍ଜରିଆ, କେତନ ଭାଇ ପଟେଲ, ଭରତ ଭାଇ ଚାୱଡ଼ା, ଉଦୟ ଭାଇ ଶାହା ଏବଂ କରଣ ଭାଇ ବାରୈୟା ଅଛନ୍ତି ।
ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନର 10 ଦିନ ପୂର୍ବରୁ ଦଳରୁ 7 ଜଣ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏହା ମଧ୍ୟ କୌତୁହଳର ବିଷୟ ଯେ ଗୁଜୁରାଟରେ କ୍ରମାଗତ ସପ୍ତମ ଥର ସତ୍ତା ପାଇବାକୁ ଚେଷ୍ଟା କରୁଥିବା ବିଜେପି ପକ୍ଷରୁ 42 ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦିଆଯାଇ ନାହିଁ । 160 ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ବିଜେପି 38 ବିଧାୟକଙ୍କ ନାମ ହଟାଇ ଦେଇଛି । ଏଥିମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ବହୁ ବଡ ବିଜେପି ନେତାଙ୍କ ଟିକେଟ୍ କାଟି ଦିଆଯାଇଛି ।












Click it and Unblock the Notifications