Get Updates
Get notified of breaking news, exclusive insights, and must-see stories!

ଗୁଜରାଟ ଜନାଦେଶରୁ ଶିକ୍ଷା, ଅବସାନ ହେବ ମାଗଣାଖିଆ ରାଜନୀତି !

ଗୁଜରାଟର ସଚେତନ ନାଗରିକ, ସର୍ବୋପରି ଯୁବ ଭୋଟରମାନେ ଭାରତୀୟ ରାଜନୀତିର କଳଙ୍କିତ ଧାରା ମାଗଣା ଖିଆ ସଂସ୍କୃତିକୁ ବିରାମ ଦେଇ ଜଣାଇଲେ, ଆମେ ମାସକୁ ୪ଶହ ୟୁନିଟ୍ ମାଗଣା ବିଜୁଳି ଚାହୁଁନୁ । ଅଧିକନ୍ତୁ, ଆମକୁ ଏତିକି ସକ୍ଷମ କରାଯାଉ, ଯେପରି ଦେୟ ପ୍ରଦାନରେ ସମର୍ଥ ହେବୁ

ଗାନ୍ଧୀନଗର: ମାଗଣା ଖିଆ ସଂସ୍କୃତିରେ ବୁଡି ରହିଥିବା ଦେଶର ରାଜନୀତିକୁ ଗୁଜରାଟର ନିର୍ବାଚନ ଫଳାଫଳ ନୂଆ ସନ୍ଦେଶ ଦେଇଛି । ଗୁଜରାଟରେ ଦୀର୍ଘ ୨୭ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ବିପକ୍ଷରେ ନୂଆ ଚାଲେଞ୍ଜ୍ ସୃଷ୍ଟି କରିଥିଲା ଆମ୍ ଆଦମୀ ପାର୍ଟି । ନିର୍ବାଚନର ପ୍ରାୟ ଛଅ ମାସ ପୂର୍ବରୁ ହିଁ ପ୍ରଚାରକୁ ଅତ୍ୟନ୍ତ ଶାଣିତ କରିଥିଲା ଆପ୍ । ପଞ୍ଜାବରେ ମାଗଣା ବିଦ୍ୟୁତ ବିଲ୍ ସମେତ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲା ଆମ୍ ଆଦମୀ ପାର୍ଟି । ଗୁଜରାଟରେ ମଧ୍ୟ ଅନୁରୁପ ଭାବରେ ଏଜେଣ୍ଡା ସେଟ୍ କରିଥିଲା ଦଳ । ୪ଶହ ୟୁନିଟ୍ ମାଗଣା ବିଜୁଳି ବିଲ୍, ଲୋକଙ୍କୁ ମାଗଣା ରାସନ ଓ ଭତ୍ତା ପ୍ରଦାନ ଆଦି ପ୍ରଲୋଭନ ଦେଖାଇଥିଲା ଦଳ । ତେବେ, ଗୁଜରାଟର ଫଳାଫଳ ଏହିସବୁ ମାଗଣା ଖିଆ ପ୍ରତିଶ୍ରୁତିର ଜାଲରେ ପଡିନାହିଁ ।

gujarat election

ମାଗଣା ରାଜନୀତିର ଭୟଙ୍କର ଚିତ୍ର

ଶ୍ରୀଲଙ୍କାର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜପକ୍ଷେ ନିର୍ବାଚନ ଜିଣିବା ପୂର୍ବରୁ ଦେଶରେ ଭାଟ୍ ଟିକସକୁ ହ୍ରାସ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଶାସନ ଅକ୍ତିଆର ପରେ ଦେଶରେ ୮ ପ୍ରତିଶତ ଟିକସ ହ୍ରାସ କରିଥିଲେ । ଫଳ ସ୍ୱରୂପ ଦେଶର ଜିଡିପି ସିଧାସଳଖ ୨ ପ୍ରତିଶତ ତଳକୁ ଖସିଗଲା । ଏହିଠାରୁ ଆରମ୍ଭ ହେଲା ଦେଶର ଭିକମଗା ପରିସ୍ଥିତି । ପଞ୍ଜାବରେ ମାଗଣା ବଣ୍ଟନର ଧାରା ଏତେ ପ୍ରଚଣ୍ଡ ହୋଇଛି ଯେ, ରାଜ୍ୟ ୨ ଲକ୍ଷ ୮୨ ହଜାର କୋଟି ଟଙ୍କାର ଋଣଭାରରେ ବୁଡି ରହିଛି । ରାଜ୍ୟର ପ୍ରତି ନାଗରିକଙ୍କ ମୁଣ୍ଡରେ ୯୬ହଜାର ଟଙ୍କାର ଋଣଭାର ରହିଛି । ରାଜ୍ୟର ଜିଡ଼ିପିର ପ୍ରତି ୧୦୦ ଟଙ୍କାରେ ୫୩ ଟଙ୍କା ହେଉଛି ଋଣ । ଏହଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ମାଗଣା ବଣ୍ଟନର ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିଲା । ସରକାର ଗଠନ ପରେ ମଧ୍ୟ ପଞ୍ଜାବରେ ଏହି ମାଗଣା ବଣ୍ଟନ ଜାରି ରହିଛି ।

ଶ୍ରୀଲଙ୍କା ଠାରୁ ଅଧିକ ଋଣଭାର ଏହି ସବୁ ରାଜ୍ୟରେ

ମାଗଣାଖିଆ ରାଜନୀତିକୁ ଆଶ୍ରୟ କରି ନିକଟ ଅତୀତରେ ଶ୍ରୀଲଙ୍କାର ଅବସ୍ଥା କିଭଳି ଶୋଚନୀୟ ହୋଇ ପଡିଥିଲା ତାହା ସମସ୍ତେ ଅବଗତ ଅଛନ୍ତି । ବିଜୁଳି, ପାଣି, ଟିକସ ଆଦି ବିଭିନ୍ନ ମାଗଣା ସଂସ୍କୃତିରେ ବୁଡି ରହି ୬ଲକ୍ଷ କୋଟି ଟଙ୍କାର ବିଦେଶୀ ଋଣଭାରରେ ବୁଡି ରହିଛି ଶ୍ରୀଲଙ୍କା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମ ଦେଶରେ ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଭଳି ରାଜ୍ୟଗୁଡିକର ଆର୍ଥିକ ନିଅଣ୍ଟ ପରିମାଣ ଏହାଠାରୁ ଯଥେଷ୍ଟ ଅଧିକ ।

ରାଜନୈତିକ ଦଳଗୁଡିକ ନିର୍ବାଚନ ଇସ୍ତାହାରରେ ମାଗଣା ବଣ୍ଟନ ପ୍ରତିଶ୍ରୁତି ଦେବା ସମ୍ବନ୍ଧରେ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଅନେକ ବିତର୍କ ଜାରି ରହିଥିବା ବେଳେ ସୁପ୍ରିମକୋର୍ଟ ତଥା ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ଫେରାଦ ହୋଇଛନ୍ତି କିଛି ସଙ୍ଗଠନ । ତେବେ ଏହି ମାମଲାରୁ ଯଥାସମ୍ଭବ ହାତ ଝାଡି ଦେଇଛନ୍ତି ସମ୍ବିଧାନର ଏହି ସର୍ବୋଚ୍ଚ ସଂସ୍ଥାଗୁଡିକ । ଅତଏବ ଦେଶର ସାମଗ୍ରୀକ ବ୍ୟବସ୍ଥାର ସବୁଠାରୁ ବଡ ମାଲିକ, ଭୋଟର ମାନେହିଁ ଏହାର ସମାଧାନ କରିପାରିବେ । ଗୁଜରାଟର ସଚେତନ ନାଗରିକ, ସର୍ବୋପରି ଯୁବ ଭୋଟରମାନେ ଭାରତୀୟ ରାଜନୀତିର କଳଙ୍କିତ ଧାରା ମାଗଣା ଖିଆ ସଂସ୍କୃତିକୁ ବିରାମ ଦେଇ ଜଣାଇଲେ, ଆମେ ମାସକୁ ୪ଶହ ୟୁନିଟ୍ ମାଗଣା ବିଜୁଳି ଚାହୁଁନୁ । ଅଧିକନ୍ତୁ, ଆମକୁ ଏତିକି ସକ୍ଷମ କରାଯାଉ, ଆମେ ଯେପରି କୌଣସି ଦେୟ ପ୍ରଦାନରେ ଅସମର୍ଥ ହେବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+