ଗୁଜୁରାଟ ନିର୍ବାଚନରେ ହାଇଡ୍ରାମା, ଅପହରଣ ଅଭିଯୋଗ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ପହଞ୍ଚିଲେ କାଞ୍ଚନ ଜରିୱାଲା
AAP ପକ୍ଷରୁ ଅଭିଯୋଗ ହେଉଛି ଯେ ସୁରଟ ପୂର୍ବରୁ ଦଳର ପ୍ରାର୍ଥୀ କାଞ୍ଚନ ଜରିୱାଲାଙ୍କୁ ବିଜେପି ଅପହରଣ କରିଛି ଏବଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି ।
ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ଗରମ ରହିଛି । ଏହି ସମୟରେ ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଛି । AAP ପକ୍ଷରୁ ଅଭିଯୋଗ ହେଉଛି ଯେ ସୁରଟ ପୂର୍ବରୁ ଦଳର ପ୍ରାର୍ଥୀ କାଞ୍ଚନ ଜରିୱାଲାଙ୍କୁ ବିଜେପି ଅପହରଣ କରିଛି ଏବଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ଏହି ଅଭିଯୋଗ ମଧ୍ୟରେ କାଞ୍ଚନ ଜରିୱାଲା ନିଜେ ନାମାଙ୍କନ ପ୍ରତ୍ୟାହାର କରିବାକୁ ପୋଲିସ ସୁରକ୍ଷା ଅଧୀନରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଏଥି ସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ବିଷୟରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ ସେ ବର୍ତ୍ତମାନ କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ ଯାଉଛନ୍ତି । ଗୁଜରାଟରେ AAP ପ୍ରାର୍ଥୀ କାଞ୍ଚନ ଜରିୱାଲାଙ୍କୁ ବିଜେପି ଗୁଣ୍ଡାଲଗାଇ ଅପହରଣ କରି ନେଇଥିଲା ଏବଂ ପରେ ପୋଲିସ ସହାୟତାରେ ନାମାଙ୍କନ ପ୍ରତ୍ୟାହାର କରାଇଛି । ଗୁଜୁରାଟ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇବା ସହିତ ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ନିର୍ବାଚନର ଅର୍ଥ କ'ଣ ?
ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ସୁରଟ (ପୂର୍ବ) ରୁ ଆମ୍ ଆଦମୀ ପାର୍ଟି ପାର୍ଥୀ କାଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲି ଠାରୁ ନିଖୋଜ ଅଛନ୍ତି । ଏହାପୂର୍ବରୁ ବିଜେପି ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ନାମାଙ୍କନ ଗ୍ରହଣ କରାଯିବା ପରେ ଏହାକୁ ପ୍ରତ୍ୟାହାର କରିବାକୁ ଚାପ ପକାଯାଇଥିଲା । ବର୍ତ୍ତମାନ ତାଙ୍କୁ ଅପହରଣ କରାଯାଇଛି ।
ବିଜେପି କାଞ୍ଚନ ଜରିୱାଲାଙ୍କୁ ଅପହରଣ କରିଥିବା ଅଭିଯୋଗ କରି ରାଘବ ଚଡ୍ଡା ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ସ୍ଥାନୀୟ ବିଜେପି ଗୁଣ୍ଡା ଦ୍ୱାରା ଅପହରଣ କରାଯାଇଛି ଏବଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପକାଯାଉଛି । ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ବ୍ୟତୀତ ଆମେ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିବୁ । ଆମେ ଆଶା କରୁଛୁ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆପଣଙ୍କୁ କହି ରଖୁଛୁ ଗୁଜୁରାଟରେ 182 ବିଧାନସଭା ଆସନ ପାଇଁ 1 ଏବଂ 5 ଡିସେମ୍ବରରେ ମତଦାନ ହେବ । ଏହି ସମୟରେ ଶାସକ ବିଜେପି ଓ ବିରୋଧୀ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।












Click it and Unblock the Notifications