Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ନିର୍ବାଚନ : ଆଜି ଠାରୁ 3 ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, 8 ଟି ସମାବେଶକୁ କରିବେ ସମ୍ବୋଧିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 19 ନଭେମ୍ବର ଶନିବାର ଠାରୁ ତିନି ଦିନିଆ ଗସ୍ତରେ ଗୁଜରାଟ ଯିବେ । ଏଠାରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯାନର ନେତୃତ୍ୱ ନେବେ ।

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ ଯେତେ ନିକଟତର ହେଉଛି ରାଜନୈତିକ ଦଳ ମାନେ ନିଜ ନିଜର ପ୍ରଚାର ଜୋରଦାର କରୁଛନ୍ତି । ରାଜ୍ୟରେ ଶାସକ ବିଜେପି ନିଜର ଗଡ଼ ବଜାୟ ରଖିବା ନେଇ ଫୁଲ୍ ଜୋସ୍ ରେ ଲାଗି ପଡ଼ିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 19 ନଭେମ୍ବର ଶନିବାର ଠାରୁ ତିନି ଦିନିଆ ଗସ୍ତରେ ଗୁଜରାଟ ଯିବେ । ଏଠାରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯାନର ନେତୃତ୍ୱ ନେବେ ।

Narendra Modi

ନଭେମ୍ବର 19 ରୁ ଆରମ୍ଭ ହେଉଥିବା ତାଙ୍କର ତିନି ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ରାଜ୍ୟରେ ଅନେକ ସମାବେଶ କରିବେ । ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ 3 ଦିନରେ 8 ଟି ରାଲିରେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 19 ରେ ଗୁଜୁରାଟ ଗସ୍ତ କରିବେ ଏବଂ ସେଠାରେ ତିନି ଦିନ ବିତାଇ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ଅତି କମରେ ଆଠଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦିଲ୍ଲୀର ଜଣେ ବରିଷ୍ଠ ନେତା କହିଛନ୍ତି ।

ଅନ୍ୟ ଜଣେ ନେତା କହିଛନ୍ତି ଯେ ଦୁଇ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପିଏମ ମୋଦୀ ନିୟମିତ ଭାବେ ରାଜ୍ୟ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କଚ୍ଛ ଗସ୍ତ କରିବେ ଯେଉଁଠାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । 19 ନଭେମ୍ବରରେ ଗୁଜୁରାଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାଲସାଦରେ ଏକ ସମାବେଶକୁ ସମ୍ବୋଧିତ କରିବେ । ପରଦିନ ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରର ଭେରାଭାଲ, ଧୋରାର୍ଜି, ଆମ୍ରେଲି ଏବଂ ବୋଟାଡରେ ଚାରୋଟି ସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରସିଦ୍ଧ ସୋମନାଥ ମନ୍ଦିର ପରିଦର୍ଶନ କରିବେ । ନଭେମ୍ବର 21 ରେ ମୋଦୀ ସୁରେନ୍ଦ୍ରନଗର, ଭରୁଚ ଏବଂ ନବସାରୀରେ ତିନୋଟି ରାଲି କରିବେ ।

ଏହା ପୂର୍ବରୁ ନଭେମ୍ବର 18, ଶୁକ୍ରବାର ଦିନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ଜେ ପି ନଡ୍ଡା ନବସାରୀ, ଅଙ୍କଲେଶ୍ୱର ଏବଂ ରାଜକୋଟ ପୂର୍ବରେ ତିନୋଟି ରାଲି କରିଥିଲେ ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ନରେନ୍ଦ୍ର ସିଂହେ ତୋମାର ଏବଂ ଅନୁରାଗ ସିଂହ ଠାକୁର ମଧ୍ୟ ଅନେକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନୋଟି ରାଲିରେ ଏବଂ ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂ ଚୌହାନ ଚାରିଟି ରାଲିରେ ସମ୍ବୋଧିତ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଡିସେମ୍ବର 1 ଏବଂ 5 ରେ ଦୁଇଟି ପର୍ଯ୍ୟାୟରେ 182 ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଡିସେମ୍ବର 8 ରେ ହିମାଚଳ ପ୍ରଦେଶ ସହିତ ଏକା ସହ ଫଳାଫଳ ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+