Get Updates
Get notified of breaking news, exclusive insights, and must-see stories!

ଘୋଷଣା ହେଲା ଗୁଜୁରାଟ ନିର୍ବାଚନ ତାରିଖ, 1 ଏବଂ 5 ଡିସେମ୍ବରରେ ହେବ ନିର୍ବାଚନ

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହେବ । ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ 5 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ ।

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଷୋଷଣା ହେଲା ତାରିଖ । ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ନ 12 ଟାରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହେବ । ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ 5 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସହିତ ଡିସେମ୍ବର 8 ତାରିଖରେ ଗୁଜୁରାଟର ମଧ୍ୟ ଫଳାଫଳ ପ୍ରକାଶ ପାଇବ ।

gujarat election

ଗୁଜୁରାଟରେ ମୋଟ 4.9 କୋଟି ବୋଟର ମତଦାନ କରିବେ । ସେଥି ମଧ୍ୟରୁ 4.6 ଲକ୍ଷ ପ୍ରଥମ ଥର ପାଇଁ ମତଦାନ କରିବେ । ସାରା ରାଜ୍ୟରେ ମୋଟ 51782 ପୋଲିଂ ବୁଥ୍ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଦିବ୍ୟାଙ୍ଗଙ୍କ ପାଇଁ 182 ସ୍ୱତନ୍ତ୍ର ପୋଲିଂ ବୁଥ୍ ରହିବ ।

ଗତ ମାସରେ, ଅକ୍ଟୋବର 14 ରେ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲା । ନଭେମ୍ବର 12 ରେ ଗୋଟିଏ ପର୍ଯ୍ୟାୟରେ ହିମାଚଳରେ ମତଦାନ ହେବ ଏବଂ ଡିସେମ୍ବର 8 ରେ ଭୋଟ୍ ଗଣନା କରାଯିବ ।

1998 ପରଠାରୁ ଏହା ତୃତୀୟ ଥର ପାଇଁ ଗୁଜୁରାଟ ବିଧାନସଭା ନିର୍ବାଚନର ଘୋଷଣା ହିମାଚଳ ପ୍ରଦେଶରୁ ଅଲଗା ହୋଇଛି । 1998, 2007 ଏବଂ 2012 ରେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଏକକାଳୀନ ମତଦାନ କରାଯାଇଥିଲା, କିନ୍ତୁ ଗୋଦ୍ରା ଦଙ୍ଗା ପରେ ଗୁଜୁରାଟ ବିଧାନସଭା ନିର୍ବାଚନ 2002-03 ରେ ପୃଥକ ଭାବରେ କରାଯାଇଥିଲା ।

182 ସଦସ୍ୟ ବିଶିଷ୍ଟ ରାଜ୍ୟ ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ 18 ଫେବୃଆରୀ 2023 ରେ ଶେଷ ହେବ । ଯଦି ଆଜି ଗୁଜୁରାଟର ମତଦାନ ତାରିଖ ଘୋଷଣା କରାଯାଏ, ତେବେ ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+