ଗୁଜୁରାଟ ନିର୍ବାଚନ : AAP ଏଣ୍ଟ୍ରି ପରେ ବଦଳିବ କି ସମୀକରଣ !
ଶାସକ ବିଜେପି, ବିରୋଧୀ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମାତ୍ର ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଣ୍ଚ୍ରି କରିଛି । ପଳରେ ନିର୍ବାଚନ ତ୍ରିକୋଣୀୟ ହେବ ।
ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି । କିନ୍ତୁ ବହୁ ପୂର୍ବରୁ ଶାସକ ବିଜେପି, ବିରୋଧୀ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମାତ୍ର ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଣ୍ଚ୍ରି କରିଛି । ପଳରେ ନିର୍ବାଚନ ତ୍ରିକୋଣୀୟ ହେବ ।

ଗତ କିଛି ମାସ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଗୁଜୁରାଟରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ଏହା ସହିତ ଗୁଜୁରାଟରେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଆମ୍ ଆଦମୀ ପାର୍ଟି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି । ଯଦିଓ ଗତଥର ମଧ୍ୟ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା, କିନ୍ତୁ ଏଥର AAP ର ଏଣ୍ଟ୍ରି ପରେ ମୁକାବିଲା ଆହୁରି ଅଧିକ ଆକର୍ଷଣୀୟ ହୋଇପାରେ । ତେବେ ଏହି ସମୟରେ ଆମ୍ ଆଦମୀ ପାର୍ଟି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପରେ ଗୁଜୁରାଟର ରାଜନୈତିକ ସମୀକରଣରେ କଣ ପରିବର୍ତ୍ତନ ହେବ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।
କଣ ଥିଲା ଗତ ନିର୍ବାଚନର ଫଳାଫଳ
ଗୁଜୁରାଟରେ 2017 ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଡିସେମ୍ବର 9 ରେ ପ୍ରଥମ ପର୍ଯ୍ୟାୟରେ 89 ଟି ଆସନରେ ମତଦାନ ହୋଇଥିବା ବେଳେ ଡିସେମ୍ବର 14 ରେ, ବାକି 93 ଟି ଆସନରେ ନିର୍ବାଚନ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 66.75 ପ୍ରତିଶତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 68.70 ପ୍ରତିଶତ ମତଦାନ ହୋଇଥିଲା । ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ମତଦାନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।
ଫଳାଫଳ ବିଷୟରେ କହିବାକୁ ଗଲେ, ଗୁଜୁରାଟରେ ବିଧାନସଭାରେ ମୋଟ 182 ଟି ଆସନ ଅଛି । ଏଥିରୁ ବିଜେପି 99 ଟି ଆସନ ହାତେଇ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଖାତାକୁ ଯାଇଥିଲା 77 ଟି ଆସନ । ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା । ଉଭୟ ଦଳ ମଧ୍ୟରେ ଆସନର ପାର୍ଥକ୍ୟ ମାତ୍ର 22 ଥିଲା ।
ଗୁଜୁରାଟ ପୂର୍ବରୁ ମହାରାଷ୍ଟ୍ରର ଏକ ଅଂଶ ଥିଲା, କିନ୍ତୁ ଏହା 1960 ରେ ବିଭାଜିତ ହୋଇଥିଲା । 1995 ମସିହାରେ ସେଠାରେ ବିଜେପି କ୍ଷମତାକୁ ଆସିଥିଲା, ସେବେଠାରୁ ବିଜେପି ନିଜର କ୍ଷମତା ବଜାୟ ରଖିଛି । ତେବେ ଅନେକ ନିର୍ବାଚନରେ ଏହାର ଆସନରେ କିଛିଟା ଅନ୍ତର ଦେଖିବାକୁ ମିଳିଛି କିନ୍ତୁ ସରକାର ଗଠନରେ କେବେ ବିଫଳ ହୋଇନାହିଁ । 2017 ରେ ପ୍ରଥମ ଥର ପାଇଁ ବିଜେପିର ଆସନ ସଂଖ୍ୟା 100 ରୁ କମ୍ ହୋଇଥିଲା । ଏହି ନିର୍ବାଚନରେ ମଧ୍ୟ ଦଳ ଏକ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବା ନେଇ ଦାବି କରୁଛି, କିନ୍ତୁ ଏଥର କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ସାମ୍ନା କରିବାକୁ ହେବ ।
ଜୋରଜାର ପ୍ରଚାର କରୁଛି AAP
ପ୍ରଚାର ପ୍ରସଙ୍ଗରେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ଆଗରେ ରହିଛି । ସିଏମ କେଜ୍ରିୱାଲ, ମନୀଷ ସିସୋଦିଆ, ଭଗୱନ୍ତ ମାନ୍ ସମେତ ଅନେକ ନେତା ସେଠାରେ ନନ୍ ଷ୍ଟାଫ୍ ରାଲି କରୁଛନ୍ତି । ଏହା ବ୍ୟତୀତ ଦଳ ରାଜ୍ୟ ସଭାପତି ପଦର ଦାୟିତ୍ୱ ଗୋପାଳ ଇଟାଲୀଙ୍କୁ ଦେଇଛି, ଯିଏ ନିଜେ ପାଟିଦାର ଆନ୍ଦୋଳନ ସହ ଜଡିତ । ଗୁଜୁରାଟରେ ପାଟିଦାର ଭୋଟ୍ 15 ରୁ 17 ପ୍ରତିଶତ ମଧ୍ୟରେ ରହିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications