ଗୁଜୁରାଟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : 93 ଆସନ ପାଇଁ ଜାରି ରହିଛି ମତଦାନ
ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ମତଦାନ । ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇଛି । ଉତ୍ତର ଓ କେନ୍ଦ୍ରାଞ୍ଚଳର 14 ଜିଲ୍ଲାର 93 ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି ।
ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ମତଦାନ । ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇଛି । ଉତ୍ତର ଓ କେନ୍ଦ୍ରାଞ୍ଚଳର 14 ଜିଲ୍ଲାର 93 ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି ।

ଆଜିର ଏହି ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେବେ । ସକାଳ 9 ଟା ସମୟରେ ସେ ଅହମ୍ମଦାବାଦରେ ଭୋଟ୍ ଦେବେ ବୋଲି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିଶେଷକରି ଯୁବ ଓ ମହିଳା ଭୋଟର୍ମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏହା ସହିତ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଭଳି ସରକାରକୁ ଭୋଟ୍ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୁବ ଭୋଟର୍ମାନଙ୍କୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି, ଏହି ପର୍ଯ୍ୟାୟର ସମସ୍ତ ଭୋଟ୍ଦାତାଙ୍କୁ, ବିଶେଷକରି, ଯୁବବର୍ଗଙ୍କୁ ନିବେଦନ କରୁଛି କି, ଗୁଜରାଟରେ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବାକୁ ସମର୍ଥ ସରକାରକୁ ବିପୁଳ ସଂଖ୍ୟାରେ ଅଧିକର ଅଧିକ ଭୋଟ୍ ଦେଇ ଜୟଯୁକ୍ତ କରନ୍ତୁ। ଆପଣମାନଙ୍କର ଗୋଟିଏ ଭୋଟ୍ରେ ଗୁଜରାଟର ସମୃଦ୍ଧ ଭବିଷ୍ୟତ ନିହିତ ଅଛି ।












Click it and Unblock the Notifications