କାହା ପକ୍ଷରେ ରହିବ ଗୁଜୁରାଟର ଜନମତ ? କଣ କହୁଛି ସର୍ଭେ...
ଯଦିଓ ପୂର୍ବରୁ ଗୁଜୁରାଟ ନିର୍ବାଚନକୁ ନେଇ ରାଜନୈତିରକ ମହଲରେ ଚର୍ଚ୍ଚା ଲାଗି ରହିଥିଲା କିନ୍ତୁ ତାରିଖ ଘୋଷଣା ପରେ ଏହା ଆହୁରି ତୀବ୍ର ହୋଇଛି । ରାଜ୍ୟରେ କିଏ ବାଜି ମାରିବ, କାହା ସପକ୍ଷରେ ଜନମତ ରହିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ଅହମଦାବାଦ : ଚଳିତ ବର୍ଷ ହେବାକୁ ଥିବା ଗୁଜରାଟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିସାରିଛନ୍ତି । ଡିସେମ୍ବର 1 ଏବଂ 5 ତାରିଖରେ ମତଦାନ ହେବାପରେ 8 ତାରିଖରେ ପ୍ରକାଶ ପାଇବ ଫଳାଫଳ । ଯଦିଓ ପୂର୍ବରୁ ଗୁଜୁରାଟ ନିର୍ବାଚନକୁ ନେଇ ରାଜନୈତିରକ ମହଲରେ ଚର୍ଚ୍ଚା ଲାଗିରହିଥିଲା କିନ୍ତୁ ତାରିଖ ଘୋଷଣା ପରେ ଏହା ଆହୁରି ତୀବ୍ର ହୋଇଛି । ରାଜ୍ୟରେ କିଏ ବାଜି ମାରିବ, କାହା ସପକ୍ଷରେ ଜନମତ ରହିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ସାଧାଣତଃ ଗୁଜୁରାଟରେ ଦ୍ୱିପକ୍ଷ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହୁଏ । କିନ୍ତୁ ଏଥର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଣ୍ଟ୍ରି କରିଛି । ଆସନ୍ତା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ବହୁ ପୂର୍ବରୁ ପ୍ରସ୍ତୁତି ଚଳାଇଥିବା ସହ ରାଜ୍ୟରେ ସରକାର ଗଠନ କରିବା ନେଇ ଦାବି କରିଆସୁଛି । ଅପରପକ୍ଷରେ ରାଜ୍ୟରେ 2 ଦଶନ୍ଧିରୁ ଅଧିକ ସମୟ ଧରି ସରକାରରେ ଥିବାରୁ ଶାସକ ବିଜେପି ପାଇଁ ସମ୍ମାନର ବିଷୟ । ଏପରିକି କଂଗ୍ରେସ ମଧ୍ୟ ଦୁଇ ପ୍ରତିଦ୍ୱନ୍ଦିଙ୍କୁ କଡ଼ା ଟକ୍କର ଦେଇ ରାଜ୍ୟରେ ଶାସନ ଭାର ସମ୍ଭାଳିବ ବୋଲି ଦାବି କରୁଛି ।
ନିର୍ବାଚନ ପୂର୍ବରୁ ରାଜ୍ୟରେ ଲୋକଙ୍କ ମୁଡ୍ କଣ ରହିଛି, କାହା ପକ୍ଷରେ ଜନମତ ରହିଛି ସେ ନେଇ କେତେକ ସର୍ଭେ ସାମ୍ନାକୁ ଆସିଛି । ପ୍ରାୟତଃ ସମସ୍ତ ସର୍ଭେରେ ବିଜେପି ଶାସନ ଗାଦି ବଜାୟ ରଖିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସବିଠାରୁ ରୋଚକ କଥା ହେଲା 2 ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ହାତରେ ଥିବା ବିରୋଧୀ ଆସନ ଆମ୍ ଆଦମୀ ପାର୍ଟି ପାଖକୁ ଚାଲିଯିବ ବୋଲି ସର୍ଭେରୁ ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା, ଏ ନେଇ କଣ ରହିଛି ଜନମତ...
ଟାଇମ୍ସ ନାଓ ନବବାରତ
ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଟାଇମ୍ସ ନାଓ ନବଭାରତ-ଇଟିଜି କରିଥିବା ଜନମତ ସର୍ଭେ ଅନୁସାରେ ବିଜେପିକୁ 125 - 131 ଆସନ ମିଳିପାରେ । ବିରୋଧୀ କଂଗ୍ରେସର ଆସନ 29-33 କୁ ଖସିବା ସହ ନୂଆ ପ୍ରତିଦ୍ୱନ୍ଦି ଆପ୍ 18-22 ଆସନ ହାତେଇ ପାରେ । ଏପରିକି ଅନ୍ୟମାନେ 2-4 ଟି ଆସନ ପାଇବା ଆଶା କରାଯାଉଛି । କିନ୍ତୁ ଆମ୍ ଆଦମୀ ପାର୍ଟି କଂଗ୍ରେସଠାରୁ କମ୍ ଆସନ ପାଇଲେ ମଧ୍ୟ ଭୋଟ ପ୍ରତଶତ ଅଧିକ ରହିବ । ବିଜେପି 48 % ଭୋଟ ପାଇବା ବେଳେ ଆପ୍ 24 % ଓ କଂଗ୍ରେସ 21 % ଭୋଟ ପାଇବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ କରାଯାଇଛି ।
ଏବିପି-ସିଭୋଟର
ସେହିପରି ଏବିପି-ସିଭୋଟର ଅକ୍ଟୋବର ପ୍ରାରମ୍ଭରେ କରିଥିବା ଜନମତ ସର୍ଭେ ଅନୁସାରେ, ଗୁଜରାଟରେ ବିଜେପିକୁ ମିଳିପାରେ 135-143 ଆସନ । କିନ୍ତୁ ବିଜେପିର ଭୋଟ ପ୍ରତିଶତ କମିବା ନେଇ କୁହାଯାଇଛି । ଭୋଟ ସେୟାରରେ କଂଗ୍ରେସକୁ ଆପ୍ ପଛରେ ପକାଇଦେଇପାରେ । ତେବେ ଆପ୍କୁ 2 ଅଧିକ ଆସନ ମିଳି ନ ପାରେ ବୋଲି ଏହାର ସର୍ଭେରେ କୁହାଯାଇଛି ।












Click it and Unblock the Notifications