Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ, ଇଭିଏମ୍ ରେ ସିଲ୍ ହେବ 788 ପ୍ରାର୍ଥୀଙ୍କ ଭାଗ୍ୟ

ଗୁଜୁରାଟ ବିଧାନସଭା ନିର୍ବାଚନ 2022 ର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ହେଉଛି ମତଦାନ । ଏହି ପର୍ଯ୍ୟାରେ 788 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ । କଛ, ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟର 19 ଟି ଜିଲ୍ଲାର 89 ନିର୍ବାଚନମଣ୍ଡଳୀରେ ମତଦାନ ହେବ ।

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ 2022 ର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ହେଉଛି ମତଦାନ । ଏହି ପର୍ଯ୍ୟାରେ 788 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ । କଛ, ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟର 19 ଟି ଜିଲ୍ଲାର 89 ନିର୍ବାଚନମଣ୍ଡଳୀରେ ମତଦାନ ହେବ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ମତଦାନ ସକାଳ 8 ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟାରେ ଶେଷ ହେବ ।

election

ଗୁଜୁରାଟ ନିର୍ବାଚନରେ ମୋଟ 39 ଟି ରାଜନୈତିକ ଦଳ ଲଢୁଛନ୍ତି । ପ୍ରଥମ ପର୍ଯ୍ୟାୟରେ 788 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 718 ଜଣ ପୁରୁଷ ପ୍ରାର୍ଥୀ ଏବଂ 70 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ 2,39,76,670 ଭୋଟର ଭୋଟ୍ ଦେବେ । ସେଥିମଧ୍ୟରୁ 1,24,33,362 ପୁରୁଷ, 1,1,5,42,811 ମହିଳା ଏବଂ 497 ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । 4 ଲକ୍ଷରୁ ଅଧିକ ଭିନ୍ନକ୍ଷମ (PWD) ଭୋଟର ମଧ୍ୟ ସେମାନଙ୍କର ଭୋଟ୍ ଅଧିକାର ସାବ୍ୟସ୍ତ କରିବେ ।

80 ବର୍ଷରୁ ଅଧିକ ବୟସର ପ୍ରାୟ 9.8 ଲକ୍ଷ ବରିଷ୍ଠ ନାଗରିକ ଭୋଟ୍ ଦେବେ । ପ୍ରାୟ 10,000 ଭୋଟରଙ୍କ ବୟସ 100 ବର୍ଷରୁ ଅଧିକ । PWD କର୍ମଚାରୀଙ୍କ ଦ୍ୱାରା ମଧ୍ୟ କିଛି ବୁଥ୍ (182) ସ୍ଥାପନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର କହିଛନ୍ତି । ସେହିଭଳି କେତେକ ବୁଥ୍ (1,274) କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବେ । ମତଦାନ ପାଇଁ ମୋଟ 25,430 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।

ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 25,430 ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳର 9,014 ମତଦାନ କେନ୍ଦ୍ର ଏବଂ ଗ୍ରାମାଞ୍ଚଳର 16,416 ମତଦାନ କେନ୍ଦ୍ର ରହିଛି । 18 ରୁ 19 ବର୍ଷ ବୟସର 5,74,560 ଭୋଟର ରହିଛନ୍ତି । ସେହିପରି 99 ବର୍ଷରୁ ଅଧିକ 4945 ଭୋଟର ଅଛନ୍ତି ।

ପ୍ରଥମ ପର୍ଯ୍ୟାୟରେ 19 ଟି ଜିଲ୍ଲାର 13,065 ମତଦାନ କେନ୍ଦ୍ରର ଲାଇଭ ୱେବକ୍ୟାଷ୍ଟିଂ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗାନ୍ଧୀନଗରରେ ଏକ ରାଜ୍ୟ ସ୍ତରୀୟ ମନିଟରିଂ ସେଲ୍ ପ୍ରତିଷ୍ଠା କରାଯାଇଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ସକାଳ 6.30 ରୁ ମତଦାନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିରନ୍ତର ମନିଟରିଂ ରହିବ । ଗୁଜୁରାଟରେ 2022 ବିଧାନସଭା ନିର୍ବାଚନ ସମୟରେ ଭୋଟ୍ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରର ଲାଇଭ୍ ୱେବ୍ ପ୍ରସାରଣ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+