Get Updates
Get notified of breaking news, exclusive insights, and must-see stories!

ସାଇକେଲ ରାଲି, ରୋଡ ଶୋ'କୁ ମନା ; ଡୋର ଟୁ ଡୋର କ୍ୟାମ୍ପେନରେ ସାମିଲ ହେବେ 5 ଜଣ

ଡୋର ଟୁ ଡୋର୍ କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ସର୍ବାଧିକ 5 ଜଣ ରହିବେ । ପ୍ରଚାର ବେଳେ ସର୍ବାଧିକ 20ଟି ଗାଡ଼ି ବ୍ୟବହାର ହୋଇପାରିବେ । ଭୋଟ୍ ଗ୍ରହଣର 72 ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ ।

ଭୁବନେଶ୍ୱର : ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ । ଆସନ୍ତା ସେପ୍ଟେମ୍ବର 30 ରେ ଭୋଟ ଗ୍ରହଣ ହେବା ସହ ଅକ୍ଟୋବର 3ରେ ଫଳାଫଳ ପ୍ରକାଶ ପାଇବ । ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

campaign

କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମସୟରେ ନିର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ଗାଇଡଲାଇନ ଅନୁସାରେ ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର 30 ପ୍ରତିଶତ କିମ୍ବା ସର୍ବାଧିକ 200 ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ 1 ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ 500 ଲୋକ ସାମିଲ ହୋଇ ପାରିବେ ।

କ୍ୟାମ୍ପେନ୍ ପୂର୍ବରୁ ଅନୁମତି ନେବାକୁ ହେବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ । ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । ଜଣାଶୁଣା ଦଳ ପାଇଁ 15 ଜଣ ଓ ଛୋଟ ଦଳ ପାଇଁ 10 ଜଣ ଷ୍ଟାର କ୍ୟାମ୍ପେନର ରହିବେ । କୌଣସି ରୋଡ୍ ଶୋ କିମ୍ବା ବାଇକ୍ ରାଲି ହୋଇପାରିବ ନାହିଁ । ପଥପ୍ରାନ୍ତ ବୈଠକରେ ସର୍ବାଧିକ 50 ଲୋକ ସାମିଲ୍ ହୋଇପାରିବେ ।
ଲକ୍ଷଣ ଥିବା ଭୋଟରଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ୍ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ।

ପିପିଲି ଉପନିର୍ବାଚନ ପାଇଁ 10 ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି । ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନାମାଙ୍ଗନ ଭରିଛନ୍ତି । 3 ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟ ଦଳରୁ 7 ପ୍ରାର୍ଥୀ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+