‘ତାମିଲନାଡୁର ଶାନ୍ତି ପ୍ରତି ବିପଦ ରାଜ୍ୟପାଳ ଆର.ଏନ୍ ରବି', ପଦରୁ ହଟାଇବାକୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲା ଡିଏମକେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଡିଏମକେ କହିଛି ଯେ ରାଜ୍ୟପାଳ ଆର.ଏନ୍ ରବି ସମ୍ବିଧାନ ତଥା ଆଇନର ସୁରକ୍ଷା, ରକ୍ଷାର ଶପଥ ଉଲଙ୍ଘନ କରିଛନ୍ତି ।
ଚେନ୍ନାଇ : ତାମିଲନାଡୁ ସରକାର ଏବଂ ରାଜ୍ୟପାଳ ଆର.ଏନ୍ ରବିଙ୍କ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ । ଏହା ମଧ୍ୟରେ ବୁଧବାର ଶାସକ ଡିଏମକେ ରାଜ୍ୟପାଳଙ୍କୁ ରାଜ୍ୟ ଶାନ୍ତି ପ୍ରତି ବିପଦ ବୋଲି କହି ରାଷ୍ଟ୍ରପତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ତାଙ୍କୁ ପଦରୁ ହଟାଇବାକୁ ଦାବି କରିଛି । ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ଏକ ସ୍ମାରକପତ୍ରରେ ଡିଏମକେ କହିଛି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଲୋକଙ୍କର ସେବା କରିବାକୁ ରୋକିବାରୁ ରାଜ୍ୟପାଳଙ୍କୁ ତୁରନ୍ତ ହଟାଯାଉ । ଏହା ସହିତ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିଥିବା ନେଇ ରାଜ୍ୟପାଳ ବିରୋଧରେ ଡିଏମକେ ଅଭିଯୋଗ କରିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଡିଏମକେ କହିଛି ଯେ ରାଜ୍ୟପାଳ ଆର.ଏନ୍ ରବି ସମ୍ବିଧାନ ତଥା ଆଇନର ସୁରକ୍ଷା, ରକ୍ଷାର ଶପଥ ଉଲଙ୍ଘନ କରିଛନ୍ତି । ଏଥି ସହ ଶାସକ ଦଳ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି ଯେ ବିଧାନସଭା ପାରିତ ହୋଇଥିବା ବିଲ୍ ଅନାବଶ୍ୟକ ଭାବେ ଏବଂ ଜାଣିଶୁଣି ରାଜ୍ୟପାଳଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଉ ନାହିଁ ।
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଦଳ ଆରଏନ୍ ରବିଙ୍କୁ ସାମ୍ବିଧାନିକ ପଦବୀ ପାଇଁ ଅଯୋଗ୍ୟ ଘୋଷଣା କରି କହିଛନ୍ତି ଯେ ସେ ସରକାରଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଏହି ପଦରୁ ବରଖାସ୍ତ କରାଯିବା ଉଚିତ୍ । ତେବେ ଦଳର ଏହି ବିବୃତ୍ତି ଉପରେ ରାଜ୍ୟପାଳ ଆର.ଏନ୍ ରବି ଙ୍କ ପକ୍ଷରୁ କୌଣସି ବିବୃତ୍ତି ଜରି କରଯାଇନାହିଁ ।
ରାଜ୍ୟପାଳଙ୍କୁ ହଟାଇବା ପାଇଁ ଡିଏମକେ ଏହି ମାସରେ ସମାନ ଚିନ୍ତାଧାରା ରଖୁଥୁବା ସାଂସଦମାନଙ୍କୁ ଏକ ଚିଠି ଲେଖିଥିଲା । ଏହି ଚିଠି ମାଧ୍ୟମରେ ରାଜ୍ୟପାଳଙ୍କୁ ହଟାଇବାକୁ ଦାବି କରାଯାଇଥିଲା । ଏଥି ସହିତ ଡିଏମକେ ପାର୍ଟି ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ 20 ରୁ ଅଧିକ ବିଲ୍ ଏପର୍ଯ୍ୟନ୍ତ ରାଜ୍ୟପାଳ ଅନୁମୋଦନ କରିନାହାଁନ୍ତି । ଆଇନ ଅନୁଯାୟୀ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କିମ୍ବା ଅପସାରଣ କରିପାରିବେ । ଏଥିସହିତ ଯଦି ରାଜ୍ୟ କ୍ୟାବିନେଟ ଅନୁମୋଦନ ପାଇଁ ଏକ ବିଲ୍ ପଠାଏ, ତେବେ ରାଜ୍ୟପାଳ ଏହାକୁ ଥରେ ଫେରାଇ ପାରିବେ । ଯଦି କ୍ୟାବିନେଟ୍ ପୁନର୍ବାର ରାଜ୍ୟପାଳଙ୍କ ନିକଟକୁ ବିଲ୍ ପଠାନ୍ତି, ତେବେ ସେ ଏହାକୁ ପ୍ରତ୍ୟାହାର କରି ପାରିବେ ନାହିଁ ।












Click it and Unblock the Notifications