ସଂସଦରେ ହଟ୍ଟଗୋଳ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଲେ କେନ୍ଦ୍ର ସରକାରଙ୍କ 8 ମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଜୁନ ମେଘୱାଲ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଭି ମୁରଲୀଧରନ, ଅନୁରାଗ ଠାକୁର ଏବଂ ପ୍ରହ୍ଲାଦ ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ନୂଆଦିଲ୍ଲୀ : ବୁଧବାର ଦିନ ରାଜ୍ୟସଭାରେ ମହିଳା ସାଂସଦଙ୍କ ସହ ଧସ୍ତାଧସ୍ତି ପ୍ରସଙ୍ଗ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗର ଉତ୍ତର ଦେବାକୁ ଗୁରୁବାର ଦିନ ସରକାର 8 ଜଣ ମନ୍ତ୍ରୀଙ୍କୁ ସମ୍ନାକୁ ଆଣିଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଜୁନ ମେଘୱାଲ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଭି ମୁରଲୀଧରନ, ଅନୁରାଗ ଠାକୁର ଏବଂ ପ୍ରହ୍ଲାଦ ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

anurag thaku

ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ଅନୁରାଗ ଠାକୁର ଏହି ଅଭିଯୋଗକୁ ଅସ୍ୱୀକାର କରି ବିରୋଧୀଙ୍କ ମନୋଭାବକୁ ଲଜ୍ଜାଜନକ ବୋଲି କହିଛନ୍ତି । ଠାକୁର କହିଛନ୍ତି ଯେ ଲୋକମାନେ ସେମାନଙ୍କ ସମସ୍ୟା ଗୃହରେ ଉଠିବା ନେଇ ଅପେକ୍ଷା କରିଥିବାବେଳେ ବିରୋଧୀଙ୍କ ଏଜେଣ୍ଡା ଥିଲା ବିଶୃଙ୍ଖଳା ସୃଷ୍ଟି କରିବ। । ବିରୋଧୀମାନେ ଟିକସଦାତାଙ୍କ ଟଙ୍କା କିମ୍ବା ଲୋକଙ୍କ ପ୍ରତି ଧ୍ୟାନ ଦେଇନଥିଲେ । ସଂସଦରେ ଯାହା ଘଟିଲା ତାହା ଲଜ୍ଜାଜନକ ଥିଲା । କୁମ୍ଭୀର କାନ୍ଦଣା କାନ୍ଦିବା ଅପେକ୍ଷା ବିରୋଧୀ ଦେଶ ନିକଟରେ କ୍ଷମା ମାଗିବା ଉଚିତ୍ ।

କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଗତକାଲି କିଛି ସାଂସଦ ଟେବୁଲ ଉପରେ ଠିଆ ହୋଇଥିଲେ । ସେମାନେ ନିଜ ପାଇଁ ବହୁତ ଗର୍ବିତ ଥିଲେ । ସେମାନେ ଭାବିଲେ ଯେ ସେମାନେ ବହୁତ ଭଲ କରିଛନ୍ତି । ଏହାର ଭିଡିଓ କରିବା ପରେ ସେ ଏହାକୁ ଟ୍ୱିଟ୍ କରିଛନ୍ତି, କିନ୍ତୁ ଗୃହରେ ଭିଡିଓ ସୁଟିଂ ଅନୁମତି ନାହିଁ ।

ଯୋଶୀ ଆହୁରି କହିଛନ୍ତି ଯେ "ରାହୁଲ ଗାନ୍ଧୀ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ସଂସଦରେ ସେ ଯାହା କରିଛନ୍ତି ତାହା ଦେଶ ଦେଖିପାରିବ । ଯଦି ତାଙ୍କର କୌଣସି ଦାୟିତ୍ୱବୋଧ ଅଛି ତେବେ ସେ ଦେଶ ପାଇଁ କ୍ଷମା ମାଗିବା ଉଚିତ୍ । ଆମେ ମଧ୍ୟ ଅଧ୍ୟକ୍ଷଙ୍କଠାରୁ ଦାବି କରୁଛୁ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ଏବଂ ଏହା ଦ୍ୱିତୀୟ ଥର ନ ହେଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+