‘ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର... ଗ୍ରୀନରୁ ଅରେଞ୍ଜ, ବିରାଟ ପରିବର୍ତ୍ତନ'
ଭୁବନେଶ୍ୱର: ରାଜ୍ୟରେ ହେବ ବିରାଟ ପରିବର୍ତ୍ତନ । ଓଡ଼ିଶାରେ ହେବ ଗ୍ରୀନରୁ ଅରେଞ୍ଜ । ରାଜ୍ୟରେ ଆସିବ ଅରେଞ୍ଜ ଲହର । ଗୋପାଳପୁର କାର୍ଯ୍ୟକ୍ରମରେ 'ଜୟ ଶ୍ରୀରାମ' ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରି ଏପରି କହିଛନ୍ତି ଗୋପାଳପୁର ବିଧାୟର ପ୍ରଦୀପ ପାଣିଗ୍ରାହୀ । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ । ଏହି ଘଟଣା ପରେ ମୋ ବିରୋଧରେ ଚାର୍ଜଫ୍ରେମ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ ।

ଏହି କ୍ରମରେ ବିଜେଡିକୁ ଟାର୍ଗେଟ୍ କବା ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ 6 କୋଟି ଖର୍ଚ୍ଚ କରୁଛି ଦଳ । ଆଗକୁ ସମଗ୍ର ଓଡ଼ିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡ଼ିଶାରେ ଗ୍ରୀନରୁ ଅରେଞ୍ଜ, ବିରାଟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ବି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନାଁରେ କେତୋଟି ନୂଆ ଅଟ୍ଟାଳିକା ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ରଖିବେ କି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ପ୍ରଦୀପ । ଏହା ସହ ଶଙ୍ଖ ଭବନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଟଙ୍କା କେଉଁଠୁ ଆସିଲା କିଏ କାମ କଲା ତାହାର ହିସାବ ମାଗିଛନ୍ତି ।
ସୂଚନାଥାଉକି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାର୍ଜଫ୍ରେମ ଦାଖଲ କରିଛି ଭିଜିଲାନ୍ସ ଟିମ୍ । ବିଧାୟକଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ଦାଖଲ ହୋଇଛି ।












Click it and Unblock the Notifications