Get Updates
Get notified of breaking news, exclusive insights, and must-see stories!

Goa Chief Minister Swearing In Ceremony Live : ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ

ବିଧାନସଭା ନିର୍ବାଚନରେ 40 ଆସନରୁ 20 ଆସନ ଅକ୍ତିଆର କରିବା ନେଇ ବିଜେପିର ନେତୃତ୍ୱ ନେଇଥିବା ପ୍ରମୋଦ ସାୱନ୍ତ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Pramod Sawant
ପାଣାଜୀ : ବିଧାନସଭା ନିର୍ବାଚନରେ 40 ଆସନରୁ 20 ଆସନ ଅକ୍ତିଆର କରିବା ନେଇ ବିଜେପିର ନେତୃତ୍ୱ ନେଇଥିବା ପ୍ରମୋଦ ସାୱନ୍ତ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କ୍ରମାଗତ ଭାବେ ଦ୍ୱିତୀୟ ଥର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ପୂର୍ବାହ୍ନ 11ଟାରେ ଶପଥ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ଅତିଥି ଗଣ ଯୋଗ ଦେବେ ।

ଏନେଇ ସମସ୍ତ ଅପଡେଟ୍ ପାଇଁ ପଢନ୍ତୁ ୱାନ୍ ଇଣ୍ଡିଆ ଓଡ଼ିଆ...

Mar 28, 2022, 12:59 pm IST

ଆମର ସରକାରଙ୍କ ଏହି ଦ୍ୱିତୀୟ କାର୍ଯ୍ୟକାଳରେ ଆମେ ନିଯୁକ୍ତି, ପର୍ଯ୍ୟଟନ ଏବଂ ଗୋଆରେ ଖଣି କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ଉପରେ ଧ୍ୟାନ ଦେବୁ : ମୁୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ
Mar 28, 2022, 11:33 am IST

ପ୍ରମୋଦ ସାୱନ୍ତ ସରକାରରେ ମନ୍ତ୍ରୀ ଭାବରେ ଗୋବିନ୍ଦ ଗୌଡେ ଶପଥ ଗ୍ରହଣ କରିଛନ୍ତି ଗୋବିନ୍ଦ ଗୌଡେ ଉତ୍ତର ଗୋଆ ଜିଲ୍ଲାର ପ୍ରିୟୋଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
Mar 28, 2022, 11:32 am IST

ଗୋଆ ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଆଟାନାସିଓ ମୋନସେରେଟ୍ ଗୋଆର ପାନଜୀ ବିଧାନସଭା ଆସନରୁ ବିଧାୟକ ଅଟନ୍ତି ।
Mar 28, 2022, 11:23 am IST

ରୋହନ ଖାଣ୍ଟେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ରୋହନ ଖାଣ୍ଟେ ଉତ୍ତର ଗୋଆ ଜିଲ୍ଲାର ପୋରଭୋରିମ୍ ବିଧାନସଭା ଆସନରୁ ବିଧାୟକ ଅଟନ୍ତି ।
Mar 28, 2022, 11:22 am IST

ପ୍ରମୋଦ ସାୱନ୍ତ ସରକାରରେ ସୁଭାଷ ଶିରୋଡକର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସୁରୋଶ ଶିରୋଡକର ସିରୋଡା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।
Mar 28, 2022, 11:21 am IST

ନୀଲେଶ କୈବ୍ରାଲ ଗୋଆ ସରକାରରେ ମନ୍ତ୍ରୀ ଶପଥ ନେଇଛନ୍ତି ।
Mar 28, 2022, 11:21 am IST

ରବି ନାଏକ ଗୋଆ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, 2021 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।
Mar 28, 2022, 11:19 am IST

ମୌବିନ୍ ଗୋଡିନ୍ହୋ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗୋଆର 8 ମନ୍ତ୍ରୀ ଆଜି ଶପଥ ଗ୍ରହଣ କରୁଛନ୍ତି ।
Mar 28, 2022, 11:17 am IST

ଗୋଆj ମନ୍ତ୍ରୀ ଭାବରେ ଶପଥ ନେଲେ ବିଶ୍ୱଜିତ୍ ରାଣେ । ରାଣେ ପୂର୍ବ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ।
Mar 28, 2022, 11:14 am IST

ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେଲେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ସିଏମ ଭାବରେ ଶପଥ ଗ୍ରହଣ କରିଛନ୍ତି ।
Mar 28, 2022, 11:06 am IST

କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
Mar 28, 2022, 10:49 am IST

ଉତ୍ତରାଖଣ୍ଡ ସିଏମ ପୁଷ୍କର ସିଂହ ଧାମି ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ ରେ ପହଞ୍ଚିଛନ୍ତି ।
Mar 28, 2022, 10:48 am IST

ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା, ହରିୟାଣା ସିଏମ ଏମ.ଏଲ. ଖଟ୍ଟର ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ ରେ ପହଞ୍ଚିଛନ୍ତି । ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପାନାଜୀରେ ପହଞ୍ଚିଛନ୍ତି ।
Mar 28, 2022, 10:46 am IST

ମନ୍ତ୍ରୀ ପରିଷଦ ନିଯୁକ୍ତ କରିବା ପାଇଁ ଗୋଆ ସିଏମ୍ ପ୍ରମୋଦ ସାୱନ୍ତ ରାଜ ଭବନରେ ଗୋଆ ରାଜ୍ୟପାଳଙ୍କୁ ପତ୍ର ଦେଇଛନ୍ତି । ବିଶ୍ୱଜିତ ରାନେ, ମୌଭିନ ଗୋଡିନ୍ହୋ, ରବି ନାୟକ, ନିଲେଶ କ୍ୟାବ୍ରାଲ, ସୁଭାଷ ଶିରୋଦକର, ରୋହନ ଖାଉଣ୍ଟେ, ଆଟାନାସିଓ ମୋନସେରାଟ ଏବଂ ଗୋବିନ୍ଦ ଗୌଡ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।
Mar 28, 2022, 10:32 am IST

ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରମୋଦ ସାୱନ୍ତ ଘରେ ପ୍ରାର୍ଥନା କରିଛନ୍ତି ।
Mar 28, 2022, 10:10 am IST

ଆଜି କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଆ ସିଏମ ଭାବରେ ଶପଥ ଗ୍ରହଣ କରିବେ ବିଜେପିର ପ୍ରମୋଦ ସାୱନ୍ତ । ତାଙ୍କ ସହ ବିଶ୍ୱଜିତ ରାଣେ, ରବି ନାୟକ, ଅଟାନାସିଓ ମାନସରେଟ୍ ଙ୍କ ସମେତ 8 ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ।
Mar 28, 2022, 10:06 am IST

ଶପଥ ଗ୍ରହଣ ସମାରୋହରେ, ମନିଟରିଂ ପାଇଁ ଡ୍ରୋନର ବ୍ୟବସ୍ଥା କରାଯାଇଛି । କୌଣସି ବ୍ୟକ୍ତିଙ୍କୁ କଳା ପୋଷାକ କିମ୍ବା କଳା ମାସ୍କ ପିନ୍ଧି ଆସିବାକୁ ଅନୁମତି ନାହିଁ ।
Mar 28, 2022, 8:55 am IST

ଗୋଆ ଡିଜିପି ଇନ୍ଦ୍ରଦେବ ଶୁକ୍ଲା ପ୍ରସ୍ତୁତି ବିଷୟରେ କହିଛନ୍ତି- ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Mar 28, 2022, 8:12 am IST

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ 11 ଜଣ ମନ୍ତ୍ରୀ ନେଇପାରନ୍ତି ଶପଥ ।
Mar 28, 2022, 8:11 am IST

ପ୍ରାୟ 10 ହଜାର ଲୋକ ଏହି ସମାରୋହରେ ସାମିଲ ହେବେ ।
Mar 28, 2022, 8:11 am IST

ପ୍ରଧାନମନ୍ତ୍ରୀଙ୍କ ସମେତ କେତେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସମାରୋହରେ ଯୋଗ ଦେବେ ।
Mar 28, 2022, 8:10 am IST

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ହେବେ ଶପଥ ଗ୍ରହଣ ସମାରୋହ ।
Mar 28, 2022, 8:09 am IST

କ୍ରମାଗତ ଭାବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+