GHMC ନିର୍ବାଚନ ଫଳାଫଳ: ତେଲେଙ୍ଗାନା ନିର୍ବାଚନ ପାଇଁ ପ୍ରସ୍ତୁତି ; ହାଇଦ୍ରାବାଦରେ ଅୱେସି ଉପରେ ନିର୍ଭର କରିବ ଚନ୍ଦ୍ରଶେଖରଙ୍କ ଟିଆରଏସ୍
2023 ମସିହାରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ଶାସନ ଗାଦି ସମ୍ଭାଳିବା ନେଇ ସମ୍ଭାବନା ରହିଥିବା ଦେଖିବାକୁ ମିଳୁଛି | ସେହିପରି ଅନ୍ୟପକ୍ଷରେ ବହୁମତ ହାସଲ କରି ତେଲେଙ୍ଗାନାରେ ଶାସନ କରୁଥିବା ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଦଳ ଏକାକୀ ଶାସନ କରିବା ଆଶା କ୍ଷୀଣ ହେଉଛିବୋଲି ହାଇଦ୍ରାବାଦ ପୌରନିର୍ବାଚନ ଫଳାଫଳରୁ ଆଶାକରାଯାଉଛି ।
GHMC ନିର୍ବାଚନ ଫଳାଫଳରେ ବିଜେପିର ଦୃଢ ପ୍ରଦର୍ଶନ ହାଇଦ୍ରାବାଦରେ ଶାସକ ଟିଆରଏସର ସଂଖ୍ୟାଗରିଷ୍ଠତାକୁ ଖସାଇ ଦେଇଛି | ଗେରେଟର ହାଇଦ୍ରାବାଦ ମହାନଗର ନିଗମକୁ ଶାସନ କରିବା ପାଇଁ ଟିଆରଏସ୍ ବର୍ତ୍ତମାନ ଏଆଇଏମ୍ଆଇଏମ୍ ର ସମର୍ଥନ ଆବଶ୍ୟକ କରିବ | ଏହି ଆଞ୍ଚଳିକ ନିର୍ବାଚନର ପ୍ରଭାବ ଜାତୀୟ ରାଜନୀତିରେ ପ୍ରଭାବ ପକାଇପାରେ ବୋଲି ରାଜନୈତି ମହଲରେ ଚର୍ଚ୍ଚା ଜୋର୍ ଧରିଛି |
2023 ମସିହାରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ଶାସନ ଗାଦି ସମ୍ଭାଳିବା ନେଇ ସମ୍ଭାବନା ରହିଥିବା ଦେଖିବାକୁ ମିଳୁଛି | ସେହିପରି ଅନ୍ୟପକ୍ଷରେ ବହୁମତ ହାସଲ କରି ତେଲେଙ୍ଗାନାରେ ଶାସନ କରୁଥିବା ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଦଳ ଏକାକୀ ଶାସନ କରିବା ଆଶା କ୍ଷୀଣ ହେଉଛି ବୋଲି ହାଇଦ୍ରାବାଦ ପୌର ନିର୍ବାଚନ ଫଳାଫଳରୁ ଆଶା କରାଯାଉଛି |
GHMC ନିର୍ବାଚନରେ ବିଜେପିର ପ୍ରଦର୍ଶନ ପରେ ହାଇଦ୍ରାବଦରେ ଶାସନ କରିବା ପାଇଁ ଟିଆରଏସ୍ ଏଆଇଏମ୍ଆଇଏମ୍ ର ସହାୟତା ଲୋଡ଼ିବା ଭଳି ପରିସ୍ଥିତି ସୃଷ୍ଟି କରିଛି |

ଗତ GHMC ନିର୍ବାଚନ ଭୋଟ ଗଣନାରେ, ଟିଆରଏସ ହାଇଦ୍ରାବାଦରେ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା ଏବଂ ଏକାକୀ ହାଇଦ୍ରାବାଦ ଶାସନ କରିବାକୁ ସକ୍ଷ୍କିଷମ ହୋଇଥିଲା | 150 ଆସନ ବିଶିଷ୍ଟ ଏହି ପୌର ନିର୍ବାଚନରେ ଟିଆରଏସ୍ ଗତଥର 99 ଆସନ ଅକ୍ତିଆର କରିଥିବା ବେଳେ ଏହାର ପ୍ରତିଦ୍ୱନ୍ଦୀ ଦଳ ଏଆଇଏମ୍ଆଇଏମ୍ ଦଳ 44ଟି ଆସନ ଜିତିଥିଲା | କିନ୍ତୁ ଚଳିତ ନିର୍ବାଚନରେ ଟିଆରଏସ୍ 56 ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି 3ଟି ଆସନରୁ 48ଟି ଆସନକୁ ବୃଦ୍ଧି ହୋଇଛି | ସେହିପରି ଟିଆରଏସର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଏଆଇଏମ୍ଆଇଏମକୁ ଗତଥର ପରି 44ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି |
ହାଇଦ୍ରାବାଦ ନିର୍ବାଚନରେ ଦୃଢ ପ୍ରଦର୍ଶନ ତେଲେଙ୍ଗାନା ରାଜନୀତିରେ ଏକ ପ୍ରକାର ପରିବର୍ତ୍ତନ ଆଣିଛି, ଯାହାକି ତେଲେଙ୍ଗାନାରେ ତୃତୀୟ ଶକ୍ତି ଭାବରେ ଉଭା ହେବାକୁ ଯାଉଛି | ଅନ୍ୟପକ୍ଷରେ କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରୁ ବାହାରେ ଅଛି | ଟିଆରଏସ୍ ପରେ ଏଆଇଏମ୍ଆଇଏମ ତେଲେଙ୍ଗାନାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ନିଜର ପତିଆରା ବଜାୟ ରଖିଆସିଛି |
ଜିଏଚ୍ଏମ୍ସି ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ |
ରାଜନୈତିକ ପର୍ଯ୍ୟବେକ୍ଷକମାନେ ହାଇଦ୍ରାବାଦ ମ୍ୟୁନିସିପାଲିଟି ସର୍ଭେକୁ କେସିଆର ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୂଲ୍ୟାଙ୍କନ ଭାବରେ ବିବେଚନା କରୁଥିଲେ | ଯଦି ତାଙ୍କ ଦଳ ପୁନର୍ବାର ପୌରପାଳିକା ନିର୍ବାଚନରେ ଜିତିବେ ତେବେ ମାଗଣା ପାନୀୟ ଜଳ ଯୋଗାଣର ପ୍ରତିଶୃତି ଦେଇଥିଲେ ଚନ୍ଦ୍ରଶେଖର ରାଓ |
ବିଜେପି ପକ୍ଷରୁ ଅମିତ୍ ଶାହା ସହରର ଭାଗୀଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରି ହିନ୍ଦୁତ୍ୱ ପ୍ରସଙ୍ଗରେ ଆକ୍ରୋଶମୂଳକ ପ୍ରଚାର କରିଥିଲେ ଏବଂ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦର ନାମ 'ଭାଗ୍ୟନଗର'କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ |
ଅଭିଯାନର ଶେଷ ଦିନରେ ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ହାଇଦ୍ରାବାଦର ନାମ ଭାଗ୍ୟନଗରକୁ ପରିବର୍ତ୍ତନ ନକରିବା ନେଇ ତାଙ୍କ ଦଳ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ |
GHMC ନିର୍ବାଚନ ପ୍ରଚାର ତେଲେଙ୍ଗାନା ବିଧାନସଭା ନିର୍ବାଚନ 2023 ପାଇଁ ଏକ ସ୍ୱର ସ୍ଥିର କରୁିଥିବାର ଦେଖାଦେଇଥିଲା | ଏହି ଫଳାଫଳ ସୂଚାଇ ଦେଇଛି ଯେ, ତେଲେଙ୍ଗାନାରେ ଟିଆରଏସ୍ ପାଇଁ କଂଗ୍ରେସର ଭୟ ନାହିଁ, ତଥାପି ବିଜେପିର ଭଲ ପ୍ରଦର୍ଶନ ଯୋଗୁଁ 2023 ନିର୍ବାଚନ ବୈତରଣୀ ପାର୍ ହେବାକୁ ଟିଆରଏସକୁ ଏତେଟା ସହଜ ହୋଇନପାରେ ବୋଲି ରାଜନୈତିର ବିଶେଷଜ୍ଞ ମାନେ ମତ ରଖୁଛନ୍ତି |
ଯଦିଓ ବିଜେପି ଦ୍ୱାରା ପରିଚାଳିତ ଏନଡିଏକୁ ସଂସଦରେ ଟିଆରଏସ୍ ସମର୍ଥନ କରୁଥିବାର ନଜିର ରହିଛି, କିନ୍ତୁ ଆସନ୍ତା ବିଧାନସଭା ନିର୍ବାଚନରେ ଏହା ଏକ ପରିବର୍ତ୍ତନର ପ୍ରଭାବ ପକାଇପାରେ |
-
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ











Click it and Unblock the Notifications