ଗ୍ରେଟର ହାଇଦ୍ରାବାଦ ମୁନିସିପାଲ ନିର୍ବାଚନ 2020 : ଏଆଇଏମ୍ଆଇଏମ୍ ଏବଂ ଟିଆରଏସ୍ ମଧ୍ୟରେ ଟକ୍କର
ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି | ଆସାଦୁଦ୍ଦିନ ଓୱେସିଙ୍କ ଏଆଇଏମ୍ଆଇଏମ୍ ଏବଂ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ମଧ୍ୟରେ କଡ଼ା ଟକ୍କର ଲାଗିଥିବା ଫଳାଫଳରୁ ଜଣାପଡ଼ୁଛି ।
ହାଇଦ୍ରାବାଦ : ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି | ଆସାଦୁଦ୍ଦିନ ଓୱେସିଙ୍କ ଏଆଇଏମ୍ଆଇଏମ୍ ଏବଂ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ମଧ୍ୟରେ କଡ଼ା ଟକ୍କର ଲାଗିଥିବା ଫଳାଫଳରୁ ଜଣାପଡ଼ୁଛି | ଖବର ଲେଖା ସୁଦ୍ଧା ଏଆଇଏମ୍ଆଇଏମ୍ 14ଟି ଆସନରେ ବିଜୟୀ ହେବା ସହ 26ଟି ଆସନରେ ଆଗୁଆ ରହିଛି | ସେହିପରି ଟିଆରଏସ୍ 5ଟି ଆସନରେ ବିଜୟୀ ହୋଇ 53ଟି ସିଟରେ ଆଗୁଆ ରହି ଏଆଇଏମ୍ଆଇଏମ୍ କୁ କଡ଼ା ଟକ୍କର ଦେଉଛି |

ଅନ୍ୟପକ୍ଷରେ ଏହ ନିର୍ବାଚନକୁ ଜିତିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇଥିବା ବିଜେପି ମାତ୍ର 2ଟି ଆସନରେ ବିଜୟୀ ହେବା ସହ 38ଟି ଆସନରେ ଆଗୁଆ ରହିଛି | କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇ ଅନ୍ୟ ଦୁଇଟି ଆସନରେ ଆଗୁଆ ଥିବାନେଇ ଭୋଟଗଣତି ଫଳାଫଳରୁ ଜଣାପଡ଼ିଛି |
ସୂଚନାଯୋଗ୍ୟ, ଗ୍ରେଟର ହାଇଦ୍ରାବାଦର ମହାନଗର ନିର୍ବାଚନରେ 150ଟି ଓ୍ୱାର୍ଡ ପାଇଁ 1122 ଜଣ ପ୍ରାର୍ଧୀ ପ୍ରତିଦ୍ୱନ୍ଦିତା କରୁଛନ୍ତି |












Click it and Unblock the Notifications