ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଟିଆରଏସ୍ କୁ ବିଜେପିର ଝଟକା
ଟିଆରଏସ୍ ଠାରୁ ଆସନ ଛଡ଼ାଇ ବିଜେପି ମୋଟ 48ଟି ଆସନରେ ବିଜୟୀ ହୋଇଛି | ସେହିପରି ହାଇଦ୍ରାବାଦରେ ପୂର୍ବରୁ ବହୁମତ ପାଇଥିବା ଟିଆରଏସ ଦଳ ମାତ୍ର 55ଟି ଆସନରେ ଜିତିଛି | ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍ ଦଳ ପୂର୍ବପରି 44ଟି ଆସନ ଅକ୍ତିଆର କରି ନିଜର ସ୍ଥିତି ବଜାୟ ରଖିଛି | କିନ୍ତୁ କଂଗ୍ରେସ ମାତ୍ର 2ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି |
ହାଇଦ୍ରାବାଦ : ହ୍ରାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି | ଚଳିତ ନିର୍ବାଚନରେ ଟିଆରଏସ୍ ଗଡ଼କୁହାଯାଉଥିବା ହାଇଦ୍ରାବାଦ୍ ରେ ବିଜେପିର ଆସନ ବହୁମାତ୍ରାରେ ବଢିଛି | ଟିଆରଏସ୍ ଠାରୁ ଆସନ ଛଡ଼ାଇ ବିଜେପି ମୋଟ 48ଟି ଆସନରେ ବିଜୟୀ ହୋଇଛି | ସେହିପରି ହାଇଦ୍ରାବାଦରେ ପୂର୍ବରୁ ବହୁମତ ପାଇଥିବା ଟିଆରଏସ ଦଳ ମାତ୍ର 55ଟି ଆସନରେ ଜିତିଛି | ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍ ଦଳ ପୂର୍ବପରି 44ଟି ଆସନ ଅକ୍ତିଆର କରି ନିଜର ସ୍ଥିତି ବଜାୟ ରଖିଛି | କିନ୍ତୁ କଂଗ୍ରେସ ମାତ୍ର 2ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି | ସବୁଠାରୁ ବଡ଼ କଥା ହେଲା ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଅୱେସିଙ୍କ ପ୍ରଭାବ ଥିବା ଓ୍ୱାର୍ଡରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଛି | ବିଜେପିର ଏହି ବିଜୟ ଆସନ୍ତା ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛୁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି | ସୂଚନାଯୋଗ୍ୟ, 150ଟି ଓ୍ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା |

2016ରେ ହୋଇଥିବା ପୌର ନିର୍ବାଚନରେ ଟିଆରଏସ୍ 99ଟି ଆସନ ଅକ୍ତିଆର କରି ସବୁଠାରୁ ବଡ଼ ଦଳ ବୋଲି ଚର୍ଚ୍ଚାରେ ଥିଲା | ସେହି ନିର୍ବାଚନରେ ମାତ୍ର 3ଟି ସିଟ୍ ପାଇଥିବା ବିଜେପି ଟିଆରଏସ୍ ଏବଂ ଏଆଇଏମ୍ଆଇଏମ୍ ର ପ୍ରଭାବ ଥିବା ଓ୍ୱାର୍ଡରେ ବିଜୟୀ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛି |












Click it and Unblock the Notifications