Get Updates
Get notified of breaking news, exclusive insights, and must-see stories!

'କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ରୁହ ...' ବିରୋଧୀଙ୍କ ଆକ୍ରମଣ ମଧ୍ୟରେ ନେତାମାନଙ୍କୁ ମୋଦୀଙ୍କ ପରାମର୍ଶ

Narendra Modi

ନୂଆଦିଲ୍ଲୀ : ବଜେଟ୍ ଅଧିବେଶନରେ ସଦନ ଭିତରେ ହେଉ କିମ୍ବା ଗୃହ ବାହାରେ ବିରୋଧୀ ମିଳିତ ଭାବେ ମୋଦୀ ସରକାର ଉପରେ ଆକ୍ରମଣାତ୍ମକ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଆଦାନୀ ପ୍ରସଙ୍ଗରେ ବିଜେପିକୁ ଘେରି ରହୁଥିବା ବେଳେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ସବୁ ବିରୋଧୀ ଏକଜୁଟ୍ ହୋଇଛନ୍ତି । ବିରୋଧୀଙ୍କ ଏପରି ଆକ୍ରମଣାତ୍ମକ ମନୋଭାବ ମଧ୍ୟରେ ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳର ବୈଠକ ହୋଇଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ଭେଟେରାନ ନେତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ଏକ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସେ କହିଛନ୍ତି ଯେ ଦଳ ଯେତେ ଉପରକୁ ଉଠି ସଫଳ ହେବ, ବିରୋଧୀଙ୍କ ଆକ୍ରମଣ ସେତେ ଅଧିକ ହେବ ।

ଏହି ବୈଠକରେ ବିଜେପି ସାଂସଦମାନେ ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ତିନୋଟି ପ୍ରମୁଖ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ଦଳର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ କହିଛନ୍ତି, 'ବିଜେପି ଯେତେ ସଫଳତା ହାସଲ କରିବ, ଅନ୍ୟ ପାର୍ଶ୍ୱରୁ ଆକ୍ରମଣ ସେତିକି ବଝିବ । ତେଣୁ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ ।'

ପ୍ରଧାନମନ୍ତ୍ରୀ ମୋଦୀ ଦଳର ନେତାଙ୍କୁ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏପରି ଏକ ସମୟରେ କହିଛନ୍ତି, ଯେତେବେଳେ ସଂସଦରେ ବିରୋଧୀ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ଜେପିସି ଦାବି କରୁଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀଙ୍କ ଠାରୁ କ୍ଷମା ମାଗିବାକୁ ବିଜେପି ଦାବି କରୁଛି । ବିରୋଧୀ ଦଳମାନେ ଲୋକସଭାରୁ ସାଂସଦ ଭାବେ ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହୁଥିବାବେଳେ ବିଜେପି ଏବଂ ଏନଡିଏ ସାଂସଦମାନେ କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କୁ ବୀର ସାବରକର ଏବଂ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ।

ଏପରି ଏକ ସମୟରେ ବିଜେପି ସରକାରକୁ ଘେରିବା ପାଇଁ ସମସ୍ତ ବିରୋଧୀ ଏକଜୁଟ୍ ହେବା ଆରମ୍ଭ ହୋଇଛି । ମମତା ବାନାର୍ଜୀ, ଅଖିଳେଶ ଯାଦବ ଆଦି ବଡ଼ ବଡ଼ ନେତାମାନେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦକୁ ବିରୋଧ କରି ବିଜେପି ଉପରେ ଗଣତନ୍ତ୍ରକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଆଗକୁ ଥିବା 2024 ଲୋକସଭା ନିର୍ବାଚନରେ ବିଜେପି ପାଇଁ ମିଳିତ ବିରୋଧୀ କେତେ ଦୂର ସଫଳ ହେବେ ଏବଂ ଏହାକୁ ମାତ୍ ଦେବା ପାଇଁ ବିଜେପିର ରଣନୀତି କଣ ରହିବ ତାହା ଦେଖିବା ବାକି ରହିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+