Get Updates
Get notified of breaking news, exclusive insights, and must-see stories!

ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବିଜେଡ଼ି ଜିଲ୍ଲା ଉପସଭାପତି, ପ୍ରଶ୍ନ ଉଠାଇଲେ ସମ୍ବିତ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡ଼ି ଉପସଭାପତି ନିଯୁକ୍ତିକୁ ନେଇ ଦଳ ଭିତରେ ଦେଖାଦେଇଛି ବିବାଦ । ଗ୍ୟାଙ୍ଗଷ୍ଟର ଟିଟୋର ପୂର୍ବ ସହଯୋଗୀ ବାପୁ ପରିଡ଼ା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ ମିଳିବା ପରେ ଆରମ୍ଭ ହୋଇଛି ବିବାଦ । ବିଜେଡିରେ ଏହାକୁ ନେଇ ଦ୍ଵନ୍ଦ ଦେଖାଦେଇଛି ।

ବାପୁ ପରିଡ଼ା ନାଁ କିଏ ଦେଲା ? ଏ ନେଇ କିଏ ସୁପାରିଶ କରିଥିଲେ ? ଏହାକୁ ନେଇ ଚର୍ଚ୍ଚା ହେଉଛି । ଏହିୁ ସମୟରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

bapu parida

2018 ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ା ଏସଟିଏଫ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି 28 ଟି ମାମଲାରେ ବାପୁର ସମ୍ପୃକ୍ତି ଥିବା ଏସଟିଏଫ ସେବେ ପ୍ରମାଣ ପାଇଥିଲା ।

ଏହା ପରେ ବର୍ତ୍ତମାନ ତାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ ସଭାପତି ପଦ ମିଳିବା ପରେ ବିବାଦ ବଢିଛି । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ମୁଁ ବାପୁ ନାଁ ସୁପାରିଶ କରିନଥିଲି । କେମିତି ତା ନାଁ ଲିଷ୍ଟରେ ଆସିଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।

ଅନ୍ୟପଟେ ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖି ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ଯିଏ ମୋ ନାଁ ନେଇଛି ତାଙ୍କୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାହାର ସ୍ପଷ୍ଟୀକରଣ ଦେବ ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+