Get Updates
Get notified of breaking news, exclusive insights, and must-see stories!

INDIA ନୁହଁ ‘ଭାରତ' ! ଦେଶର ନାଁ ରୋ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲ: ଆଉ ଦେଶର ନାଁ INDIA କୁହାଯିବନି । କେବଳ ଭାରତ ରହିବ ଦେଶର ନାଁ । ଜି-20 ସମ୍ମିଳନୀ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏହା ପରେ ଦେଶର ନାଁ ପରିବର୍ତ୍ତନ ହେବା ନେଇ ଆଲୋଚନା ହେଉଛି ।

INDIA

ଏହା ଉପରେ ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ INDIA ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର 18 ରୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମ ଭାରତକୁ ବଦଳାଇବାକୁ ପ୍ରସ୍ତାବ ଆଣିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ସମ୍ବିଧାନରେ ସଂଶୋଧନ କରି ଇଣ୍ଡିଆ ବଦଳରେ କେବଳ ଭାରତକୁ ପରିବର୍ତ୍ତନ କରିବା ନେଇ କୁହାଯାଉଛି ।

ଏହା ଉପରେ ମୋଦୀ ସରକାରଙ୍କୁ ଆକ୍ରମଣ କରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ X(ପୂର୍ବ ଟ୍ୱିଟର) ରେ ଲେଖିଛନ୍ତି, "ତେବେ ଏହି ଖବର ବାସ୍ତବରେ ସତ । ସେପ୍ଟେମ୍ବର 9 ରେ ରାଷ୍ଟ୍ରପତି ଭବନ ଜି -20 ରାତ୍ରୀ ଭୋଜନ ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଏହା 'President of India' ସ୍ଥାନରେ President of Bharat' ଲେଖାଯାଇଛି ।

ଜୟରାମ ରମେଶ ଆହୁରି ଲେଖିଛନ୍ତି, "ମୋଦୀ ଇତିହାସକୁ ନଷ୍ଟ କରିବା ଏବଂ ଭାରତକୁ ବିଭାଜନ କରିବା ଦିଗରେ ଗତି କରୁଛନ୍ତି । ଭାରତ, ଯାହା ରାଜ୍ୟମାନଙ୍କର ଏକ ସଂଘ । କିନ୍ତୁ ଆମେ ବିଚଳିତ ହେବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+