ବିଜେଡ଼ିର ଚାରି ନେତା କୋଭିଡ୍ ସଂକ୍ରମିତ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ବିଜୁ ଜନତା ଦଳର ଚାରି ଜଣ ବରିଷ୍ଠ ନେତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଖବର ପାଇବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ପ୍ରକୋପ ଲାଗି ରହିଥିବା ବେଳେ ସାଧାଣ ଜନାତଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ ଏହାର ଶିକାର ହେଉଛନ୍ତି । ଏହି ସମୟରେ ବିଜୁ ଜନତା ଦଳର ଚାରି ଜଣ ବରିଷ୍ଠ ନେତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଖବର ପାଇବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବିଜେଡିର ବରିଷିଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ସମେତ ଦଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ, ବିଧାୟକ ରଘୁନାଥ ଗମାଙ୍ଗ ଏବଂ ବିଜେଡ଼ିର ବରିଷ୍ଠ ନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଜୟଶ୍ରୀ ରାଉତରାୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପ୍ରଫୁଲ୍ଲ ସାମଲ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କୋଭିଡ୍ ଆକ୍ରାନ୍ତ ସମସ୍ତ ନେତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କୋଭିଡ ସଂକ୍ରମିତ ହୋଇଥିବା ନେଇ ଅବଗତ ହେଲି। ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) May 8, 2021












Click it and Unblock the Notifications