ରାଜ୍ୟସଭା ନାମାଙ୍କନ ଦାଖଲ ନେଇ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀ
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ । ପୂର୍ବାହ୍ନ 11 ଟା ବେଳେ ବିଧାନସଭାରେ ଦାଖଲ କରିବେ ନାମାଙ୍କନ ।
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ । ପୂର୍ବାହ୍ନ 11 ଟା ବେଳେ ବିଧାନସଭାରେ ଦାଖଲ କରିବେ ନାମାଙ୍କନ । ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ ।

ତିନୋଟି ଆସନ ପାଇଁ ନାମାଙ୍କ ଦାଖଲର ଆଜି ଶେଷ ତାରିଖ ରହିଥିବା ବେଳେ ଗୋଟିଏ ଆସନରେ ଉପ ନିର୍ବାଚନ ପାଇଁ ଜୁନ୍ 2 ତାରିଖ ରହିଛି ଅନ୍ତିମ ତାରିଖ ।
ସୂଚନାଯୋଗ୍ୟ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ 3ଟି ଆସନରେ ନିର୍ବାଚନ ହେଉଛି । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି ।












Click it and Unblock the Notifications