ଟିଏମସିରେ ସାମିଲ ହେଲେ ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ
ଶନିବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ସାଂସଦ ବାବୁଲ ସୁପ୍ରିଓ ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସ (ଟିଏମସି) ର ସଦସ୍ୟତା ଗ୍ରହଣ କରିଛନ୍ତି ।
କୋଲକାତା : ଆଗାମୀ ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ବଙ୍ଗାଳାରେ ଏକ ବଡ଼ ଧରଣର ଝଟକା ଲାଗିଛି । ଶନିବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ସାଂସଦ ବାବୁଲ ସୁପ୍ରିଓ ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସ (ଟିଏମସି) ର ସଦସ୍ୟତା ଗ୍ରହଣ କରିଛନ୍ତି ।

ଗତ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ବାବୁଲ ସୁପ୍ରିଓ ବିଜେପି ଛାଡିଥିଲେ । ଏହା ପରେ ସେ ଟିଏମସିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଥିଲା । ଆସାନସୋଲରୁ ବିଜେପି ସାଂସଦ ଥିବା ବାବୁଲ ସୁପ୍ରିଓ କେନ୍ଦ୍ର କ୍ୟାବିନେଟରୁ ହଟାଯିବା ପରେ ଅସନ୍ତୋଷ ଥିଲେ। ବର୍ତ୍ତମାନ ମମତା ବାନାର୍ଜୀଙ୍କ ଦଳରେ ଯୋଗଦେବା ପରେ ସେ ସମ୍ପୂର୍ଣ୍ଣ ରୂପେ ବିଜେପି ଛାଡିଛନ୍ତି ।
ଉଲ୍ଲେଖଯୋଗ୍ୟ, ହଠାତ୍ ବିଜେପିରୁ ଇସ୍ତଫା ପରେ ବାବୁଲ ସୁପ୍ରିଓ ରାଜନୀତିରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏକ ମାସ ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଶନିବାର ବାବୁଲ ସୁପ୍ରିଓ ଟିଏମସିରେ ଯୋଗ ଦେଇଥିଲେ । ଏହି ସମୟରେ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
Former Union Minister and ex-BJP MP Babul Supriyo formally joins Trinamool Congress (TMC). Supriyo had quit BJP following the recent Union Cabinet reshuffle. pic.twitter.com/Uc5uOU2Izx
— ANI (@ANI) September 18, 2021
ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ପଦରୁ ବିଦା ହେବା ପରେ ସେ ସୋଶାଲ ମିଡିଆରେ ରାଜନୀତିକୁ ଗୁଡବାଏ କହିଥିଲେ । ଆସନସୋଲରୁ 2 ଥର ସାଂସଦ ହୋଇଥିବା ବାବୁଲ 2014 ରୁ 2016 ଯାଏଁ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । 2016 ଜୁଲାଇରୁ 2019 ମେ' ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା । 2019 ରେ ମୋଦୀ ଦ୍ୱିତୀୟ ସରକାର ଆଣିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।












Click it and Unblock the Notifications