ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ପରଲୋକ
ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ପରୋଲୋକ ହୋଇଛି । ମଙ୍ଗଳବାର ଦିନ ଓଡିଶାର କେନ୍ଦୁଝର ଜିଲ୍ଲା ସରକାରୀ ଡାକ୍ତରଖାନାରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି । ମୃତ୍ୟ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା ।
ଭୁବନେଶ୍ୱର : ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ପରୋଲୋକ ହୋଇଛି । ମଙ୍ଗଳବାର ଦିନ ଓଡିଶାର କେନ୍ଦୁଝର ଜିଲ୍ଲା ସରକାରୀ ଡାକ୍ତରଖାନାରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି । ମୃତ୍ୟ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା । ଶ୍ରୀ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

1995 ନିର୍ବାଚନରେ ଜନତା ଦଳ ଟିକେଟରେ ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ 1995 ମସିହାରେ ଓଡିଶା ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ଏବଂ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳରେ ଯୋଗ ଦେଇଥିଲେ । ସେ 1995 ମସିହାରେ ଜନତା ଦଳ ପ୍ରାର୍ଥୀ ଭାବରେ ମୟୂରଭଞ୍ଜ ଜିଲ୍ଲାର ଜଶିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ସେ 2009 ରୁ 2014 ପର୍ଯ୍ୟନ୍ତ ଜଶିପୁର ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ଥିଲେ । କିଛି ଦିନ ହେବ ସେ ବିଜେଡି ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ ।
ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଅପରପକ୍ଷରେ ତାଙ୍କ ଦେହାନ୍ତ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications