ବିଜେପିରେ ସାମିଲ ହେଲେ ୟୁପିଏ ସରକାରରେ ମନ୍ତ୍ରୀ ଥିବା ଆରପିଏନ୍ ସିଂହ, ପଡରୌନା ରୁ ଲଢିପାରନ୍ତି ନିର୍ବାଚନ
ଉତ୍ତରପ୍ରଦେଶ କଂଗ୍ରେସର ଭେଟେରାନ ନେତା ଭାବେ ଜଣାଶୁଣା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶ କଂଗ୍ରେସର ଭେଟେରାନ ନେତା ଭାବେ ଜଣାଶୁଣା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଏବଂ ୟୁପି ଡେପୁଟି ସିଏମ କେଶବ ମୌର୍ଯ୍ୟଙ୍କ ଉପସ୍ଥିତିରେ ଆରପିଏନ ସିଂହ ବିଜେପିରେ ଯୋଗ ଦେଇଛନ୍ତି । ସେ ଆଜି ସକାଳେ ନିଜେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।

ଆରପିଏନ୍ ସିଂହ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ପଡରୌନା ରାଜ ପରିବାରରୁ ଆସିଛନ୍ତି । ତାଙ୍କ ପରିବାର ଦୀର୍ଘ ଦିନ ଧରି ରାଜନୀତିରେ ରହିଆସିଥିଲେ । ଆରପିଏନ୍ ସିଂହ ଅନେକ ଥର ଏହି ଆସନରୁ ବିଧାୟକ ହୋଇଛନ୍ତି । 2009 ରେ, ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମନମୋହନ ସିଂହ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ସମୟରେ ଆରପିଏନ୍ ସିଂହଙ୍କ ପିତା ସିପିଏନ୍ ସିଂହ ମରୁହମ୍ ମଧ୍ୟ ସାଂସଦ ଥିଲେ ଏବଂ କେନ୍ଦ୍ରରେ ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ।
ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବର୍ତ୍ତମାନ କୁଶୀନଗରର ପଡରୌନା ଆସନରୁ ବିଧାୟକ ଅଟନ୍ତି। 2017 ରେ ମୌର୍ଯ୍ୟ ବିଜେପିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କିଛି ଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ ମୌର୍ଯ୍ୟଙ୍କୁ ଟକ୍କର ଦେବା ପାଇଁ ବିଜେପି ତାଙ୍କୁ ଫିଲ୍ଡିଂ କରାଇପାରେ ବୋଲି କୁହାଯାଉଛି । ପଡରୌନା ଆସନରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ବିଜେପି ପକ୍ଷରୁ ଆରପିଏନ ସିଂହ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications