ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା । ମଙ୍ଗଳବାର ଦିନ ସେ ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମମତା ସରକାରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଥିଲେ ।

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପୁଣି ଏକ ଝଟକା । ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା । ମଙ୍ଗଳବାର ଦିନ ସେ ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମମତା ସରକାରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଥିଲେ ।

ଏଥିସହିତ ଲକ୍ଷ୍ମୀ ରତନ ଶୁକ୍ଳା ହାୱଡ଼ା ତୃଣମୂଳ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । କିନ୍ତି ଏବେବି ସେ ଟିଏମସିର ବିଧାୟକ ପଦରେ ଅଛନ୍ତି ।

Laxmi-ratan-shukla

ଟିଏମସିର ହେଭିୱେଟ୍ ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେବାର କିଛି ଦିନ ପରେ ଶୁକ୍ଲା ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ, ଶୁକ୍ଳା ଜଣେ ଦକ୍ଷିଣହାତି ମିଡିଲ୍-ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ଦକ୍ଷିଣହାତି ମିଡିୟମ୍ ପେସର ବୋଲର ଥିଲେ । ସେ ବେଙ୍ଗାଲୁରୁ କ୍ରିକେଟ୍ ଦଳ ପାଇଁ ମଧ୍ୟ ଖେଳିଥିଲେ ଏବଂ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ଖେଳିଥିଲେ ।

ହାୱଡ଼ାରେ ଜନ୍ମଗ୍ରହଣ କରି ଶୁକ୍ଳା ଶ୍ରୀ ହନୁମାନ ଜୁଟ୍ ମିଲ୍ ହିନ୍ଦୀ ଉଚ୍ଚ ବିଦ୍ୟାଳୟ, ଲିଲୁଆର ଡନ୍ ବସ୍କୋ ହାଇ ଆଣ୍ଡ ଟେକ୍ନିକାଲ୍ ସ୍କୁଲ୍ ରେ ତାଙ୍କର ପାଠପଢା ଶେଷ କରିଥିଲେ । ସେ 1997-98 ସିଜନରେ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାର MTN ଯୁବ ବିଶ୍ୱକପ୍‌ରେ ଭାରତୀୟ ଅଣ୍ଡର -19 ଦଳ ପାଇଁ ଭଲ ପ୍ରଦର୍ଶନ ପରେ ସେ ଖବରର ଶିରୋନାମାରେ ଥିଲେ । ସେ ୱିଲ୍ସ ଟ୍ରଫିରେ ବଙ୍ଗଳା ଦଳର ଏକ ଅଂଶ ଥିଲେ ଯେଉଁଥିରେ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା । ପରେ ଡିସେମ୍ବର 30, 2015 ରେ ଶୁକ୍ଳା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+