ହାତ ସହ 50 ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହେଲେ ସୁନୀଲ ଜାଖଡ଼

ବିଜେପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ବଡ଼ ଚେହେରା ସୁନୀଲ ଜାଖଡ଼ । କଂଗ୍ରେସ ଛାଡ଼ିବାର ଗୋଟିଏ ଦିନ ପରେ ସୁନୀଲ ବିଜେପିରେ ଯୋଗ ଦେଇଛନ୍ତି ।

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ବଡ଼ ଚେହେରା ସୁନୀଲ ଜାଖଡ଼ । କଂଗ୍ରେସ ଛାଡ଼ିବାର ଗୋଟିଏ ଦିନ ପରେ ସୁନୀଲ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

sunil jakhar

ବିଜେପିରେ ସାମିଲ ହେବା ପରେ କଂଗ୍ରେସ ସହ ଜାଖଡ଼ ପରିବାରର 50 ବର୍ଷର ସମ୍ପର୍କ ତୁଟି ଯାଇଛି । ତାଙ୍କ ପିତା ବଳରାମ ଜାଖଡ଼ ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ତେବେ ତାଙ୍କ ଭଣଜା ସନ୍ଦୀପ ଜାଖଡ଼ ବର୍ତ୍ତମାନ କଂଗ୍ରେସରେ ଅଛନ୍ତି ଓ ସେ ଅବୋହରର ଜଣେ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି । ସୁନୀଲ ବିଜେପିରେ ଯୋଗଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି ।

କଂଗ୍ରେସର ଚିନ୍ତନ ଶିବିରର ପ୍ରଥମ ଦିନରେ ଏକ ଭାବପ୍ରବଣ ବିବୃତ୍ତି ଦେଇ ସୁନୀଲ ଜାଖଡ଼ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସୁନୀଲ ଜାଖରଙ୍କୁ ଦଳର ସଦସ୍ୟତା ପ୍ରଦାନ କରି ଜେପି ନଡ୍ଡା କହିଛନ୍ତି ଯେ କଂଗ୍ରେସରେ ଥିବାବେଳେ ସେ ଏକ ଭିନ୍ନ ଭାବମୂର୍ତ୍ତିର ନେତା ହୋଇପାରିଛନ୍ତି । ସେ କହିଛନ୍ତି ଯେ ସୁନୀଲ ଜାଖଡ଼ ସବୁବେଳେ ଚାଷୀଙ୍କ ପାଇଁ କାମ କରୁଥିଲେ । ପଞ୍ଜାବରେ ଜାତୀୟତାବାଦୀ ଶକ୍ତି ମଧ୍ୟରେ ଆଜି ବିଜେପି ପ୍ରଥମ ସ୍ଥାନ ଅଧିକାର କରିଛି । ମୁଁ ନିଶ୍ଚିତ ଯେ ସେ ପଞ୍ଜାବ ବିଜେପିକୁ ଏକ ନୂତନ ସ୍ତରକୁ ନେଇଯିବ । ଏଥିରେ ସୁନୀଲ ଜାଖଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+