କଂଗ୍ରେସ ସହ 40 ବର୍ଷର ସମ୍ପର୍କ ଭାଙ୍ଗି ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡ ଉପାଧ୍ୟକ୍ଷ କିଶୋର ଉପାଧ୍ୟାୟ
ପ୍ରାୟ 40 ବର୍ଷ ଧରି କଂଗ୍ରେସ ସହ ଜଡିତ କିଶୋର ଉପାଧ୍ୟାୟ ବର୍ତ୍ତମାନ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସେ ଉତ୍ତରପ୍ରଦେଶର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ଦେହରାଡୁନ୍ : ପ୍ରାୟ 40 ବର୍ଷ ଧରି କଂଗ୍ରେସ ସହ ଜଡିତ କିଶୋର ଉପାଧ୍ୟାୟ ବର୍ତ୍ତମାନ ବିଜେପିରେ ସାମିଲ ହୋଇଛନ୍ତି । ଆଜି ସେ ଉତ୍ତରପ୍ରଦେଶର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ କିଶୋର ଉପାଧ୍ୟାୟ ଦେହରାଡୁନରେ କହିଛନ୍ତି ଯେ "ମୁଁ ଉତ୍ତରାଖଣ୍ଡକୁ ଆଗକୁ ନେବା ଭାବନା ସହିତ ବିଜେପିରେ ଯୋଗ ଦେଇଛି ।"

କଂଗ୍ରେସ ଛାଡିବା ପ୍ରଶ୍ନରେ କିଶୋର ଉପାଧ୍ୟାୟ କହିଛନ୍ତି ଯେ, ଏପରି ପରିସ୍ଥିତି କାହିଁକି ଉପୁଜିଲା ସେ କଥା ଆପଣମାନେ କଂଗ୍ରେସ କର୍ମୀଙ୍କୁ ପଚାରିବା ଉଚିତ୍ ।
ଆପଣଙ୍କୁ କହି ରଖୁଛୁ କିଶୋର ଉପାଧ୍ୟୟ କଂଗ୍ରେସର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ରହିସାରିଛନ୍ତି । ନିକଟରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା । ଏହାକୁ ବ୍ୟାଖ୍ୟା କରି କଂଗ୍ରେସ ଦଳର ହାଇକମାଣ୍ଡ କହିଛନ୍ତି ଯେ କିଶୋର ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟର ପରିଣାମ ସ୍ୱରୂପ ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା ।
ଆଜି କିଶୋର ଉପାଧ୍ୟାୟ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ, ତାଙ୍କ ସହ ଅନେକ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୁଁ ଦଳ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବି । ବିଜେପି ନେତୃତ୍ୱ ତେହେରୀରୁ ଉତ୍ତରାଖଣ୍ଡ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରାଇପାରନ୍ତି ବୋଲି କୁହାଯାଉଛି ।












Click it and Unblock the Notifications