ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତୀଙ୍କ ପରଲୋକ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ କୋନିଜେତୀ ରୋସୈୟାଙ୍କ ଆଜି (ଶନିବାର) ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ବୟସ ହୋଇଥିଲା ।
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ କୋନିଜେତୀ ରୋସୈୟାଙ୍କ ଆଜି (ଶନିବାର) ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ବୟସ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, କେ ରୋସୈୟା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ପରେ ରାଜନୈତିକ ଦୁନିଆରେ ଶୋକର ଲହରୀ ଖେଳିଯାଇଛି । କୋନିଜେତୀ କଂଗ୍ରେସ ଦଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ, ତାଙ୍କୁ ମଧ୍ୟ ସବୁଠାରୁ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଏ । ସେ 3 ସେପ୍ଟେମ୍ବର 2009 ରୁ 24 ନଭେମ୍ବର 2010 ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।
ଏହା ବ୍ୟତୀତ ସେ ତାମିଲନାଡ଼ୁର 13 ତମ ରାଜ୍ୟପାଳ ଭାବେ 31 ଅଗଷ୍ଟ 2011 ରୁ 30 ଅଗଷ୍ଟ 2016 ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ ।












Click it and Unblock the Notifications