For Quick Alerts
Turn On Notification  
For Daily Alerts
Oneindia App Download

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ, ରାଜ୍ୟରେ ତିନି ଦିନ ରାଜକୀୟ ଶୋକ ଘୋଷଣା

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କ ଦେହାନ୍ତ ହୋଇଛି । ଶିମଳାର ଇନ୍ଦିର ଗାନ୍ଧୀ ମେଡିକାଲ କଲେଜରେ 87 ବର୍ଷ ବୟସରେ ଆଖି ବୁଜିଛନ୍ତି ବୀରଭଦ୍ର ସିଂହ ।

|

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କ ଦେହାନ୍ତ ହୋଇଛି । ଶିମଳାର ଇନ୍ଦିର ଗାନ୍ଧୀ ମେଡିକାଲ କଲେଜରେ 87 ବର୍ଷ ବୟସରେ ଆଖି ବୁଜିଛନ୍ତି ବୀରଭଦ୍ର ସିଂହ । ସୂଚନା ଅନୁଯାୟୀ, ସକାଳ 3.40ରେ ବୀରଭଦ୍ରଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ସଂକ୍ରମିତ ହେବା ପରେ ସିମ୍‌ଲାସ୍ଥିତ ଆଇଜିଏମସିରେ ଚିକିତ୍ସିତ ହେଉଥିଲେ ।

ବିଗତ ତିନି ମାସରେ ଦୁଇ ଥର କୋଭିଡରୁ ସୁସ୍ଥ ହେବା ପରେ ବୀରଭଦ୍ରଙ୍କୁ ଅପ୍ରେଲ 23 ରେ ଆଇଜିଏମସିଏଚରେ ଭର୍ତ୍ତି କରାଯାଇଥିଲା ।

Virbhadra Singh

ବୀରଭଦ୍ର ସିଂହ 6 ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହା ସହ 9 ଥର ବିଧାୟକ, 5 ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏବେ ସେ ସୋଲନ ଜିଲ୍ଲାର ଅରକିରୁ ବିଧାୟକ ଥିଲେ । ପ୍ରଥମଥର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡରୁ ଠିକ୍ ହେବା ପରେ ଅପ୍ରେଲ 30 ରେ ଘରକୁ ଫେରିଥିଲେ । ତେବେ ଘର ପହଞ୍ଚିବାର କିଛିଘଣ୍ଟା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ରା ସିଂହଙ୍କ ସମ୍ମାନାର୍ଥେ ଜୁଲାଇ 8 ରୁ ଜୁଲାଇ 10 ପର୍ଯ୍ୟନ୍ତ ତିନି ଦିନିଆ ରାଜ୍ୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତାହ୍କୁ ଚିକିତ୍ସା କରୁଥିବା ଡାକ୍ତର ଜାନକ ରାଜ କହିଛନ୍ତି ଯେ ସୋମବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା, ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଏଠାରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।

ଚଳିତବର୍ଷ ଜାନୁଆରୀରେ ନିର୍ବାଚନ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଥିଲେ ବୀରଭଦ୍ର ସିଂହ । ସେ କହିଥିଲେ, ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । କିନ୍ତୁ ସେ କଂଗ୍ରସର ପ୍ରକୃତ ସୈନିକ ଥିଲେ, ସେଥଇପାଇଁ କଂଗ୍ରେସକୁ ମଜଭୁତ ଦଳ ଭାବେ ଦେଖିବାକୁ ଚାହୁଁଥିଲେ ।

ସେ 2009 ରେ ମନମୋହନ ସିଂହଙ୍କ ସରକାରରେ ଇସ୍ପାତ ମନ୍ତ୍ରୀ ଥିଲେ । 1983 ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲା ବୀରଭଦ୍ର । ଏହାପରେ 1990 ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ 1993 ରୁ 1998, 2003 ରୁ 2007 ଏବଂ 2012 ରୁ 2017 ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।

ସେ 1962, 1967, 1971, 1980, 2009 ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ସରକାରରେ ବୀରଭଦ୍ର ସିଂହ ଡିସେମ୍ବର 1976 ରୁ 1977 ପର୍ଯ୍ୟନ୍ତ କେନ୍ଦ୍ର ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଦ୍ୱିତୀୟ ଥର ପାଇଁ ସେ ଇନ୍ଦିରା ସରକାରରେ 1982 ରୁ 1983 ପର୍ଯ୍ୟନ୍ତ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Former Chief Minister Of Himachal Pradesh Virbhadra Singh Passes Away
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X