ବିଜେଡ଼ିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ଥିଲେ ସନ୍ଧ୍ୟାବତୀ । ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଆମ କଥା ଆପଣଙ୍କ ନିକଟରେ ପହଞ୍ଚି ପାରୁନାହିଁ । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏକ କୋଟୋରୀ ଗ୍ରୁପ ଆପଣଙ୍କୁ ଘେରି ରହିଛନ୍ତି । ଆମ ଅଭିଯୋଗ, ପରାମର୍ଶ ଶୁଣିବାକୁ ଆପଣଙ୍କ ଦ୍ୱାର ପୂରା ବନ୍ଦ ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ମୁନିନ୍ଦା ନିବାସୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବରୁ ପୁରୀ ଜିଲ୍ଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷ ଥିଲେ । ସେ ମଧ୍ୟ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ଡେଲାଙ୍ଗସ୍ଥିତ ଗାଦିବ୍ରହ୍ମ ଡିଗ୍ରି କଲେଜର ପରିଚାଳନା ପରିଷଦରେ କୁଳପତିଙ୍କ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା କମିସନର ସଦସ୍ୟ ଓ ପରେ ଅଧ୍ୟକ୍ଷା ଭାବେ ଭାବେ କାର୍ଯ୍ୟ କରିଥିଲେ ।












Click it and Unblock the Notifications