Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ ଟିମ୍ ରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ

ଭୁବନେଶ୍ୱର : କଂଗ୍ରେସ ହାତ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ । ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ପ୍ରବୋଧ ତିର୍କୀ । କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସ ହାତ ଧରିଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଅନୁପ୍ରାଣିତ କରିଥିବା କହିଛନ୍ତି ପ୍ରବୋଧ ।

prabodh tirkey

କଂଗ୍ରେସରେ ସାମିଲ ହେବା ନେଇ ସେ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ । ଏହା ସହ ଆସନ୍ତା ନିର୍ବାଚନରେ ପ୍ରବୋଧ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛା ରଖିଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା ତଳସରାରୁ ପ୍ରାର୍ଥୀ ହେବାକୁ ତାଙ୍କର ଇଛା । 1995 ରୁ 2014 ପର୍ଯ୍ୟନ୍ତ ଲଗାତାର ଏହି ଆସନ କଂଗ୍ରେସ ହାତରେ ରହିଥିଲା । 1974, 1980 ଓ 1985 ରେ ବି ଏଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ 2019 ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ହାରି ଯାଇଥିଲେ । ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ଏହି ଆସନରୁ ବିଜୟୀ ହୋଇଥିଲେ ।

ପ୍ରବୋଧ କହିଛନ୍ତି, ତଳସରା ଅଞ୍ଚଳର ସମସ୍ୟା ସଂପର୍କରେ ମୁଁ ଭଲ ଭାବେ ଅବଗତ । ଏହି ଅଞ୍ଚଳର ପିଲାମାନେ ପାଠପଢ଼ା ଛାଡ଼ି କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ଏମିତି ଅନେକ ସମସ୍ୟା ରହିଛି । ଏହି ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି । ସେଥିପାଇଁ ଚାକିରି ଛାଡ଼ି ଚାଲିଆସିଛି ।

1984 ମସିହା ଅକ୍ଟୋବର 6 ରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁରେ ଜନ୍ମିତ ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି । ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ । ତା' ପୂର୍ବରୁ ସେ ଜାତୀୟ ସବ୍‌-ଜୁନିୟର, ଜୁନିୟର ଓ 'ଏ' ଟିମ୍‌ର ମଧ୍ୟ ଅଧିନାୟକ ହୋଇଥିଲେ । 2007 ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍‌ରେ ପ୍ରବୋଧଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+