Assembly Election 2023: ପାଞ୍ଚ ରାଜ୍ୟରୁ କେଉଁଠି ଜିତିବ ବିଜେପି ? ଏଭଳି କହିଲେ ନିତିନ ଗଡକରୀ
Assembly Election 2023: ଲୋକସଭା ନିର୍ବାଚନ 2024 ର ଠିକ ପୂର୍ବରୁ ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଲଢେଇ ଚାଲିଛି । ସମସ୍ତ ଦଳ ରାଜ୍ୟରେ ସରକାର ଗଠନ ନେଇ ଦାବି କରୁଛନ୍ତି । ଏଥିମଧ୍ୟରୁ ମିଜୋରାମରେ ଭୋଟିଂ ହୋଇଥିବାବେଳେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଏହା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ସହ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବାକି ରହିଛି ।

ଏହି ସମୟରେ ଭେଟେରାନ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପାଞ୍ଚ ରାଜ୍ୟର ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି । ତାଙ୍କ ଦଳ ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ କେତେ ରାଜ୍ୟରେ ଜିତିବ ସେ ନେଇ କହିଛନ୍ତି ନୀତିନ । ପାଞ୍ଚଟି ରାଜ୍ୟ ମଧ୍ୟରୁ ତିନୋଟିରେ ବିଜେପି ସରକାର ଗଠନ ହେବ ବୋଲି ଗଡକରୀ ଦାବି କରିଛନ୍ତି ।
ମଙ୍ଗଳବାର ନାଗପୁରରେ ଗଣମାଧ୍ୟମକୁ ସୂଚନା ଦେଇ ନିତିନ ଗଡକରୀ କହିଛନ୍ତି, 'ମୁଁ ନିଶ୍ଚିତ ଯେ ପାଞ୍ଚଟି ରାଜ୍ୟ ମଧ୍ୟରୁ ତିନୋଟିରେ ଜିତିବୁ । ମିଜୋରାମରେ ଆମର ସିଟ୍ ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମେ ତେଲେଙ୍ଗାନାରେ ମଧ୍ୟ ଜିତିବାକୁ ଯାଉଛୁ । ମୁଁ ମଧ୍ୟ ବିଶ୍ୱାସ କରେ 2024 ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଜିତିବ । ମଧ୍ୟପ୍ରଦେଶରେ ସିଏମ୍ ଶିବରାଜ ସିଂ ଚୌହାନଙ୍କ 20 ବର୍ଷର ଭଲ କାମ ଏବଂ ଗତ 10 ବର୍ଷ ମଧ୍ୟରେ ମୋଦୀ ସରକାର କରିଥିବା କାର୍ଯ୍ୟ ଯୋଗୁଁ ଆମେ ମଧ୍ୟପ୍ରଦେଶରେ ବିଜୟ ହାସଲ କରିବାକୁ ଯାଉଛୁ ।
ଆପଣଙ୍କୁ କହି ରଖୁଛୁ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଦୁଇ ଦିନ ପରେ 17 ନଭେମ୍ବରରେ ମତଦାନ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମିଜୋରାମଙ୍କ ସହ 7 ନଭେମ୍ବରରେ ଅନୁଷ୍ଠିତ ହୋଇଛି । ଏମାନଙ୍କ ବ୍ୟତୀତ 25 ନଭେମ୍ବରରେ ରାଜସ୍ଥାନରେ ଏବଂ 30 ନଭେମ୍ବରରେ ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ । ଡିସେମ୍ବର 3 ରେ ପାଞ୍ଚଟି ରାଜ୍ୟର ଭୋଟ୍ ଗଣନା କରାଯିବ ।
ଏଥି ସହିତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ସମ୍ପର୍କରେ ନିତିନ ଗଡକରୀ କହିଛନ୍ତି ଯେ ଏହା ଏତେ ବଡ ସଫଳତା, ଯାହାର ଇତିହାସ ଆମେ କେବେ ଭୁଲି ପାରିବୁ ନାହିଁ । ମୁଁ ନିଜେ ଅଯୋଧ୍ୟାରେ ରାମ ମନ୍ଦିର ଆନ୍ଦୋଳନର ଏକ ଅଂଶ ହୋଇ ଜେଲ ଯାଇଥିଲି । ଭଗବାନ ରାମ ଆମର ଇତିହାସ, ଆମର ଐତିହ୍ୟ ଏବଂ ସଂସ୍କୃତିର ପ୍ରତୀକ । କୌଣସି ଭାରତୀୟଙ୍କ ପାଇଁ ଏହାଠାରୁ ଅଧିକ ଖୁସି କ'ଣ ହୋଇପାରେ ?












Click it and Unblock the Notifications