ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ଦାବି, ଏହି ପାଞ୍ଚ ରାଜ୍ୟର କଂଗ୍ରେସ ୟୁନିଟ୍ ରୁ ଆସିଲା ଦାବି

ପାଞ୍ଚଟି ରାଜ୍ୟର କଂଗ୍ରେସ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ସମର୍ଥନ କରିୁଛନ୍ତି ସେଥି ମଧ୍ୟରେ କଂଗ୍ରେସ ଶାସିତ ଅଞ୍ଚଳ ରାଜସ୍ଥାନ ଓ ଛତିଶଗଡ଼ ସାମିଲ । ଏହା ବ୍ୟତୀତ ଗୁଜୁରାଟ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛି ।

ନୂଆଦିଲ୍ଲୀ : କଂଗ୍ରେସ ଦଳ ଦୀର୍ଘ ଦିନ ଧରି ଏହାର ନୂତନ ଅଧ୍ୟକ୍ଷଙ୍କୁ ଅପେକ୍ଷା କରିଛି । 2019 ଲୋକସଭା ନିର୍ବାଚନରେ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ସେବେ ଠାରୁ ଏହି ପଦବୀ ଖାଲି ପଡ଼ିଛି । ସୋନିଆ ଗାନ୍ଧୀ ବର୍ତ୍ତମାନ ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ପଦରେ ରହିଛନ୍ତି । ଦଳର ଅଧ୍ୟକ୍ଷ ପଦକୁ ନେଇ ବାରମ୍ବାର ଆଲୋଚନା ହେବା ସହ ଏ ନେଇ ନିର୍ବାଚନ କରିବାକୁ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟରେ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଅଧ୍ୟକ୍ଷ ପଦ ଦିଆଯିବା ନେଇ ପାଞ୍ଚଟି ରାଜ୍ୟ କଂଗ୍ରେସ ୟୁନିଟ୍ ସମର୍ଥନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ରଖିବାକୁ କେଉଁ ରାଜ୍ୟ ଦାବି କରୁଛନ୍ତି...

rahul gandhi

ଏହି ରାଜ୍ୟର ରହିଛି ସମର୍ଥନ

ଯେଉଁ ପାଞ୍ଚଟି ରାଜ୍ୟର କଂଗ୍ରେସ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ସମର୍ଥନ କରିୁଛନ୍ତି ସେଥି ମଧ୍ୟରେ କଂଗ୍ରେସ ଶାସିତ ଅଞ୍ଚଳ ରାଜସ୍ଥାନ ଓ ଛତିଶଗଡ଼ ସାମିଲ । ଏହା ବ୍ୟତୀତ ଗୁଜୁରାଟ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛି । ସେହିପରି ତାମିଲନାଡୁ ଏବଂ ବିହାର କଂଗ୍ରେସ କମିଟି ରାଜ୍ୟ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ ରାହୁଲ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବା ଉଚିତ୍ ।

ଦଳର ଅଧ୍ୟକ୍ଷ ଭାବରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଥିବା ଚାରୋଟି ରାଜ୍ୟ ୟୁନିଟ୍ ର ଦାବି ପରେ, ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପରିବର୍ତ୍ତେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେବେ ବୋଲି କୁହାଯାଉଛି ।

ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀ 2019 ରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ଦଳର କମାଣ ସମ୍ଭାଳୁଛନ୍ତି । କିଛି ମାସ ପୂର୍ବରୁ, 23 ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଏକ ଦଳ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ପଦ ପାଇଁ ଗଣତାନ୍ତ୍ରିକ ନିର୍ବାଚନ ଦାବି କରିଥିଲେ । 2020 ରେ, ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଚିଠିରେ ପୂର୍ଣ୍ଣକାଳୀନ ନେତୃତ୍ୱ ପାଇଁ ଅନୁରୋଧ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+