ବଢିଲା ସଞ୍ଜୟଙ୍କ ଅଡ଼ୁଆ, ମହିଳାଙ୍କୁ ଧମକ ଦେବାନେଇ ପଞ୍ଜୀକୃତ ହୋଇଛି FIR
ଜଣେ ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଯାଞ୍ଚ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଜଣେ ସାକ୍ଷୀ ।
ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନୁସନ୍ଧାନକାରୀ ସଂସ୍ଥା ଇଡି ଗିରଫ କରିବା ପରେ ସଞ୍ଜୟ ରାଉତଙ୍କ ବିରୋଧରେ ଆଉ ଏକ ନୂଆ ମାମଲା ରୁଜୁ ହୋଇଛି । ଏହି ମାମଲାରେ ମୁମ୍ବାଇର ସିଟି ପୋଲିସ ସଞ୍ଜୟ ରାଉତଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।
ଜଣେ ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଯାଞ୍ଚ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଜଣେ ସାକ୍ଷୀ । ମହିଳା ଅଭିଯୋଗ କରିଛନ୍ତି ଯେ ଲିଖିତ ଚିଠିରେ ତାଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦିଆଯାଇଛି ।

ଆପଣଙ୍କୁ କହି ରଖୁଛୁ ମନି ଲଣ୍ଡରିଂ ମାମଲାରେ ଇଡି ସଞ୍ଜୟ ରାଉତଙ୍କ ଘରେ ଚଢାଉ କରିଥିଲା । ଏହା ପରେ ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଭାଇ ସୁନୀଲ ରାଉତ କହିଛନ୍ତି ଯେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଛି । ବିଜେପି ତାଙ୍କୁ ଭୟ କରୁଛି ଏବଂ ତାଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ରବିବାର ସଞ୍ଜୟ ରାଉତଙ୍କ ଘରେ ହୋଇଥିବା ଚଢାଉ ବେଳେ ଇଡି 11.50 ଲକ୍ଷ ଟଙ୍କା ଜବତ କରିଛି, ଏହି ଅର୍ଥର ହିସାବ ନଥିଲା । ଘରେ ଚଢାଉ ପରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ସଞ୍ଜୟ ରାଉତଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହୋକିଲଙ୍କୁ ହେପାଜତକୁ ନିଆଯାଇନାହିଁ କିମ୍ବା ଗିରଫ କରାଯାଇ ନାହିଁ ।
ରାଉତଙ୍କ ଓକିଲ କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ବିରୋଧରେ ଇଡି ତାଜା ସମନ ଜାରି କରିଛି । ଏହାକୁ ଆଧାର କରି ଇଡି ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଆସିଛି । ତାଙ୍କୁ ଗିରଫ କରାଯାଇ ନାହିଁ କିମ୍ବା ହେପାଜତକୁ ନିଆଯାଇନାହିଁ ।












Click it and Unblock the Notifications