ଭାରୀ ପଡ଼ିଲା ସରକାର ବିରୋଧୀ ବୟାନ, ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ର ସରକାରଙ୍କୁ ବେଆଇନ ବୋଲି କହିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୋଲିସ ଅଧିକାରୀ କହିଛନ୍ତି ଯେ ମହାରାଷ୍ଟ୍ରର ନାଶିକରେ ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିବା ଅଭିଯୋଗରେ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା ମୁମ୍ବାଇର ନାକା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ।
ଆଇପିସିର ଧାରା 505 ଅନୁଯାୟୀ ସଞ୍ଜୟ ରାଉତଙ୍କ ବିରୋଧରେ ଏହି ମାମଲା ପଞ୍ଜିକୃତ ହୋଇଛି । ଅଧିକାରୀ କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ବିବୃତ୍ତିରେ ପୋଲିସ ସୁ ମୋଟୋ କଗ୍ନିଜେସନ୍ ନେଇ ମୁମ୍ବାଇର ନାକା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଅଧିକାରୀ କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନର ସରକାର ବେଆଇନ, ତାଙ୍କ ନିର୍ଦ୍ଦେଶ ପାଳନ କରାଯିବା ଉଚିତ ନୁହେଁ । ଏହି ଘଟଣାରେ ଅଧିକ ଅନୁସନ୍ଧାନ ଚାଲିଛି ।












Click it and Unblock the Notifications