ଦେଓଗର ବିମାନ ବନ୍ଦରର ସୁରକ୍ଷା ପ୍ରସଙ୍ଗ : ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ 9 ଜଣଙ୍କ ନାଁରେ ମାମଲା
ବିଜେପି ଲୋକସଭା ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ଦୁଇ ପୁଅ, ସାଂସଦ ମନୋଜ ତିୱାରୀଙ୍କ ସମେତ 9 ଜଣଙ୍କ ବିରୋଧରେ ଝାଡ଼ଖଣ୍ଡ ପୋଲିସ ଏଫଆଇଆର ରୁଜୁ କରିଛି । ଏହି ମାମଲା ଝାଡଖଣ୍ଡର ଦେଓଗର ବିମାନବନ୍ଦରର ସୁରକ୍ଷା ପ୍ରସଙ୍ଗରେ ପଞ୍ଜିକୃତ ହୋଇଛି ।
ନୂଆଦିଲ୍ଲୀ : ଝାଡଖଣ୍ଡ ପୋଲିସର ସୂଚନାନୁସାରେ, ଦେଓଗଡରୁ ବିମାନ ଉଡ଼ାଣ ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ରୁ ଜବରଦସ୍ତ କ୍ଲିୟରାନ୍ସ ମାଗିଥିବା ଅଭିଯୋଗରେ ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ଦୁଇ ପୁଅ, ସାଂସଦ ମନୋଜ ତିୱାରୀ, ଦେଓଗର ବିମାନବନ୍ଦର ନିର୍ଦ୍ଦେଶକ ତଥା ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।
କୁହାଯାଉଛି ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀ ସେହି ସମୟରେ ଦୁମକା ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟପକ୍ଷରେ, ନିଶିକାନ୍ତ ଦୁବେ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଦେଓଘର ଡିସିଙ୍କ ବିରୋଧରେ ଜିରୋ ଏଫ୍ଆଇଆର୍ ଦାଖଲ କରିଥିଲେ ।

କୁଣ୍ଡା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ପ୍ରବୀଣ କୁମାର କହିଛନ୍ତି, ଉଭୟ ସାଂସଦ, ନିଶିକାନ୍ତ ଦୁବେ ଏବଂ ମନୋଜ ତିୱାରୀ ଏବଂ ବିମାନ ବନ୍ଦର ନିର୍ଦ୍ଦେଶକ ସମେତ 9 ଜଣଙ୍କ ବିରୋଧରେ ଆଇପିସି ଧାରା 336 (ଅନ୍ୟମାନଙ୍କ ଜୀବନ ତଥା ନିଜ ଜୀବନକୁ ବିପଦରେ ପକାଇବା), 447 (ଅପରାଧ ପାଇଁ ଦଣ୍ଡ), 448 ଅନୁଯାୟୀ ମାମଲା ରୁଜୁ ହୋଇଛି ।
ସେପ୍ଟେମ୍ବର 2 ରେ ଝାଡଖଣ୍ଡର ମୁଖ୍ୟ ସଚିବ କ୍ୟାବିନେଟ୍-ସମନ୍ୱୟ (ବେସାମରିକ ବିମାନ ଚଳାଚଳ) କୁ ଚିଠି ଲେଖି ଦେଓଗର ଡିସି କହିଛନ୍ତି ଯେ ବିମାନରେ ବସିବା ପରେ ପାଇଲଟ୍ ବିମାନରୁ ବାହାରି ଏଟିସି ଆଡକୁ ଚାଲିବା ଆରମ୍ଭ କରିଥିଲେ ।
ସୁରକ୍ଷା ପ୍ରଭାରୀ ସୁମନ ଆନନ୍ଦଙ୍କ ଅଭିଯୋଗକ୍ରମେ ସେପ୍ଟେମ୍ବର 1 ତାରିଖରେ କୁଣ୍ଡା ପୋଲିସ୍ ଷ୍ଟେସନରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଥିଲା । ଏତିରେ କୁହାଯାଇଛି ସେମାନେ ଏଟିସ୍ ମଧ୍ୟରେ ପଶି ସମସ୍ତ ସୁରକ୍ଷା ନିୟନକୁ ଉଲଙ୍ଘନ କରିଥିଲେ ଏବଂ ଟେକ୍ ଅଫ୍ କରିବାକୁ କ୍ଲିୟରାନ୍ସ ଦେବା ପାଇଁ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ।
ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ କିଛି ଲୋକ ଚାର୍ଟାର୍ଡ ବିମାନ ଯୋଗେ ଦେଓଗର ବିମାନବନ୍ଦରରେ ପହଞ୍ଚିଥିଲେ, ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହେଁ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ରେ ବାଧ୍ୟତାମୂଳକ ପ୍ରବେଶ କରିଥିଲେ । ଦେଓଗର ଡେପୁଟି କମିଶନର ମଞ୍ଜୁନାଥ ଭଜନ୍ତ୍ରୀ ଦାବି କରିଛନ୍ତି ଯେ ବିମାନର ପାଇଲଟ କ୍ଲିୟରାନ୍ସ ପାଇଁ ଚାପ ପକାଇଥିଲେ । ଅଗଷ୍ଟ 31 ରେ, ଦେଓଗର ବିମାନ ବନ୍ଦରରେ କୌଣସି 'ନାଇଟ୍ ଟେକ୍ ଅଫ୍ କିମ୍ବା ଲ୍ୟାଣ୍ଡିଂ ସୁବିଧା' ନଥିଲା ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ୍ କରି ନିଶିକାନ୍ତ ଦୁବେ କହିଛନ୍ତି ଯେ ସିଏମ ଏତେ ଚକିତ ଯେ ସେ ଦୁମକା ଝିଅର ହତ୍ୟା ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ପୁରା ସିଷ୍ଟମ ନିୟୋଜିତ କରିଛନ୍ତି । ନିଶିକାନ୍ତ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରସଙ୍ଗଟି ହେଉଛି ଝିଅର ନିର୍ଦ୍ଦୟ ହତ୍ୟା । ଆମେ ତାଙ୍କ ପରିବାରକୁ ଭେଟିବା ପାଇଁ ମନୋଜ ତିୱାରୀ, କପିଲ ମିଶ୍ରା ଯାଇଥିଲୁ । ହେମନ୍ତ ସୋରେନ ଆପମ ଏତେ ଭୟଭୀତ ହୋଇଗଲେ ଯେ, ପୁରା ବ୍ୟବସ୍ଥା ଏବଂ ଅଧିକାରୀମାନେ ଦୁର୍ବ୍ୟବହାର କରିବା ଆରମ୍ଭ କଲେ ।












Click it and Unblock the Notifications