Get Updates
Get notified of breaking news, exclusive insights, and must-see stories!

ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ମାନଙ୍କର ନୁହଁନ୍ତି, ସେ ସାରା ବିଶ୍ୱର ଭଗବାନ : ଫାରୁକ୍ ଅବଦୁଲ୍ଲା

ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ମାନଙ୍କର ଭଗବାନ ନୁହଁନ୍ତି, ସେ ସାରା ବିଶ୍ୱର ଭଗବାନ ବୋଲି କହିଛନ୍ତି ଫାରୁକ୍ ଅବଦୁଲ୍ଲା । ତେଣୁ ଧାର୍ମିକ ମତଭେଦ ସୃଷ୍ଟି କରୁଥିବା ରାଜନେତାଙ୍କଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି ।

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନପରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ମାନଙ୍କର ଭଗବାନ ନୁହଁନ୍ତି, ସେ ସାରା ବିଶ୍ୱର ଭଗବାନ ବୋଲି କହିଛନ୍ତି ଫାରୁକ୍ ଅବଦୁଲ୍ଲା । ତେଣୁ ଧାର୍ମିକ ମତଭେଦ ସୃଷ୍ଟି କରୁଥିବା ରାଜନେତାଙ୍କଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି । ଶନିବାର ଦିନ ସେ ଧାର୍ମିକ ମତଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ରାଜନେତାଙ୍କୁ ନେଇ ଜନସମାବେଶକୁ ଚେତାବନୀ ଦେଇଛନ୍ତି ।

Farooq abdullah

ଫାରୁକ୍ କହିଛନ୍ତି ଯେ, ନିର୍ବାଚନ ସମୟରେ ସେମାନେ 'ହିନ୍ଦୁ ବିପଦରେ ଅଛି' ସ୍ଲୋଗାନ ଦେବେ । କିନ୍ତୁ ଏହାର ଫାଶରେ ନ ପଡ଼ିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଭଳି କହି ଅବଦୁଲ୍ଲା ବିଜେପିକୁ ଟାର୍ଗେଟ କରିଥିବା ନେଇ କୁହାଯାଉଛି ।

ରାଲି ବେଳେ ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ମନ୍ଦିର କିମ୍ବା ମସଜିଦର ଲଢେଇ ନାହିଁ । ପ୍ରଭୁ ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହଁନ୍ତି ବରଂ ସେ ସମସ୍ତଙ୍କର । ଆମକୁ ଏକଜୁଟ୍ ହୋଇ ଚାଲିବାକୁ ପଡିବ ଏବଂ ନିଜ ସହ ନିଜ ଧର୍ମକୁ ବି ମଜଭୁତ କରିବାକୁ ପଡିବ । ଯଦି ଆମେ ଧର୍ମରୁ ପଛକୁ ହଟୁଛୁ ତେବେ ଆମେ ବର୍ବାଦ ହୋଇଯିବା । ନିଜ ଦେଶକୁ ମଜଭୁତ କରିବାକୁ ହେଲେ ଆମକୁ ଏକାଠି ହେବାକୁ ପଡିବ । ନିଜ ପିଲାଙ୍କୁ ଠିକ୍ ଧର୍ମ ଶିଖାଅ ।

ଚୋରି, ବେଇମାନୀ, ବଳାତ୍କାର ଭଳି ଲଜ୍ଜାଜନକ ଘଟଣା କୌଣସି ଧର୍ମ ଶିଖାଏ ନାହିଁ । ଧର୍ମ କେବଳ ସଠିକ୍ ରାସ୍ତାରେ ଚାଲିବା ଶିଖାଏ । ଜନ ସମାବେଶକୁ ସମ୍ବୋଧିତ କରିବାବେଳେ ଅବଦୁଲ୍ଲା କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ । ମଣିଷ ଏହାକୁ ଖରାପ କରୁଛି । ମଣିଷମାନେ ଦୁର୍ନୀତିଗ୍ରସ୍ତ, ଧର୍ମ ନୁହେଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+